ଖେଳ

କମିନ୍ସଙ୍କ ନାମରେ ଲଜ୍ଜାଜନକ ରେକର୍ଡ – Ibnodisha

[ad_1]

ମୁମ୍ବାଇ: ମଙ୍ଗଳବାର ମୁମ୍ବାଇରେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ଅନୁଷ୍ଠିତ ବିଶ୍ୱକପ୍ ମ୍ୟାଚ୍‌ରେ ଅଷ୍ଟ୍ରେଲୀୟ କ୍ୟାପ୍‌ଟେନ୍ ପ୍ୟାଟ୍ କମିନ୍ସ ଏକ ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛନ୍ତି । ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ୨୯୨ ରନ୍‌ର ଲକ୍ଷ୍ୟ ଦେଇଥିଲା । ଏହାର ଜବାବରେ ଏକଦା ଅଷ୍ଟ୍ରେଲିଆ ୯୧ ରନ୍‌ରେ ୭ ୱିକେଟ୍ ହରାଇ ସଂକଟରେ ପଡ଼ିଥିବା ବେଳେ କମିନ୍ସ ଓ ମାକ୍ସୱେଲ୍ ଟିମ୍‌କୁ ସଂକଟରୁ ଉଦ୍ଧାର କରିଥିଲେ । ଉଭୟଙ୍କ ମଧ୍ୟରେ ୨୦୨ ରନ୍‌ର ଭାଗୀଦାରୀ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୩ ୱିକେଟ୍‌ରେ ବିଜୟୀ ହୋଇ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା ।

ମାକ୍ସୱେଲ୍ ୧୨୮ ବଲ୍‌ରୁ ଅପରାଜିତ ୨୦୧ ରନ୍‌ର ଧୂଆଁଧାର ଇନିଂସ୍ ଖେଳିଥିଲେ । କମିନ୍ସ ମଧ୍ୟ ତାଙ୍କୁ ଉପଯୋଗୀ ସହାୟତା ପ୍ରଦାନ କରିଥିଲେ । ତେବେ ସେ ୬୮ ବଲ୍‌ରୁ ମାତ୍ର ୧୨ ରନ୍ କରିଥିଲେ । ଏହା ମଧ୍ୟରେ ଗୋଟିଏ ଛକା ମଧ୍ୟ ଥିଲା । ଏହି କାରଣରୁ ତାଙ୍କର ନାମରେ ଏହି ଲଜ୍ଜାଜନକ ରେକର୍ଡ ହୋଇଛି । କମିନ୍ସ ବିଶ୍ୱକପ୍‌ରେ ସବୁଠୁ କମ୍ ଷ୍ଟ୍ରାଇକ୍ ରେଟ୍‌ରେ ୧୦ରୁ ଅଧିକ ରନ୍ କରିବାରେ ବିଶ୍ୱର ଦ୍ୱିତୀୟ ବ୍ୟାଟର୍ ହୋଇଛନ୍ତି । ସେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୧୭.୬୫ ଷ୍ଟ୍ରାଇକ୍ ରେଟ୍‌ରେ ରନ୍ କରିଥିଲେ । ଏହି ତାଲିକାର ପ୍ରଥମ ସ୍ଥାନରେ ଜିମ୍ବାୱେର ଜ୍ୟାକ୍ ହିରୋନ୍‌ଙ୍କ ନାମ ରହିଛି । ୧୯୮୩ ବିଶ୍ୱକପ୍‌ରେ ହିରୋନ୍‌ଙ୍କ ଷ୍ଟ୍ରାଇକ୍ ରେଟ୍ ୧୬.୪୩ ଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button