ଦେଶ

ଏଥିକ୍‌ସ କମିଟି ରିପୋର୍ଟ; ମହୁଆଙ୍କ ସାଂସଦ ପଦ ରଦ୍ଦ ସୁପାରିସ – Ibnodisha

[ad_1]

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ଲାଞ୍ଚ ବଦଳରେ ଗୃହରେ ପ୍ରଶ୍ନ ପଚାରୁଥିବା ଅଭିଯୋଗକୁ ଆଧାର କରି ଲୋକସଭା ଏଥିକ୍‌ସ କମିଟି ବୁଧବାର ରିପୋର୍ଟ ଜାରି କରିଛନ୍ତି । ୫୦୦ ପୃଷ୍ଠା ସମ୍ବଳିତ ଉକ୍ତ ରିପୋର୍ଟରେ ମହୁଆଙ୍କ ବିରୋଧରେ ଆଗତ ଅଭିଯୋଗ ସଙ୍ଗୀନ ହୋଇଥିବା ଏବଂ ଏହାର ପ୍ରମାଣ ମିଳିଥିବାରୁ ତାଙ୍କର ସାଂସଦ ପଦରୁ ତୁରନ୍ତ ରଦ୍ଦ କରିବାକୁ ସୁପାରିସ କରାଯାଇଛି । ଏଥିସହିତ ମହୁଆଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରିପୋର୍ଟରେ ସୁପାରିସ କରାଯାଇଛି । ମହୁଆ ଓ ବିଶିଷ୍ଟ ଶିଳ୍ପପତି ଦର୍ଶନ ହୀରାନନ୍ଦାନୀଙ୍କ ମଧ୍ୟରେ ହୋଇଥିବା ଲାଞ୍ଚ କାରବାର ସମ୍ପର୍କରେ ସରକାର ବିଧିବଦ୍ଧ ତଦନ୍ତ କରିବାକୁ ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ସଂସଦର ଶୀତକାଳୀନ ଅଧିବେଶନରେ ଏହି ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ ବୋଲି ଜଣାପଡିଛି । ଆସନ୍ତାକାଲି ଅର୍ଥାତ୍ ଗୁରୁବାର ମହୁଆ କମିଟି ସମ୍ମୁଖରେ ପୁଣି ହାଜର ହୋଇପାରନ୍ତି ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ହୀରାନନ୍ଦାନୀଙ୍କଠାରୁ ୨ କୋଟି ଟଙ୍କା ଲାଞ୍ଚ ନେଇ ମହୁଆ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆଦାନୀ ଗ୍ରୁପ୍‌କୁ ଟାର୍ଗେଟ କରି ବାରମ୍ବାର ପ୍ରଶ୍ନ ପଚାରୁଥିଲେ ବୋଲି ବିଜେପି ସାଂସଦ ନିଶିକାନ୍ତ ଦୁବେ ବାଚସ୍ପତିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ।

ବାଚସ୍ପତି ପରବର୍ତ୍ତୀ ସମୟରେ ଏହି ଅଭିଯୋଗ ଏଥିକ୍‌ସ କମିଟିକୁ ପଠାଇଥିଲେ । ନଭେମ୍ବର ୨ରେ ମହୁଆ କମିଟି ସମ୍ମୁଖରେ ହାଜର ହୋଇଥିଲେ । ତେବେ କମିଟି ଅଧ୍ୟକ୍ଷ ଉଦ୍ଦେଶ୍ୟମୂଳକଭାବେ ବ୍ୟକ୍ତିଗତ ପ୍ରଶ୍ନ ପଚାରୁଥିବା ଅଭିଯୋଗ କରି ମହୁଆ ସେଦିନ କମିଟି ପ୍ରକୋଷ୍ଠ ଛାଡି ଚାଲିଆସିଥିଲେ । ଅପରପକ୍ଷରେ ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ଲୋକପାଳ ସୁପାରିସ କରିଛନ୍ତି ବୋଲି ନିଶିକାନ୍ତ ତାଙ୍କର ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button