ଦେଶ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୬ ମୃତ – Ibnodisha

[ad_1]

ନୂଆଦିଲ୍ଲୀ: ବିହାରର ଭାଗଲପୁରରେ ଗତ ରାତିରେ ଜାତୀୟ ରାଜପଥ-୮୦ରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଭାରସାମ୍ୟ ହରାଇ ଏକ ମାଲ ବୋଝେଇ ଟ୍ରକ ସ୍କର୍ପିଓ ଉପରେ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୬ଜଣ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ତିନଜଣ ଗୁରୁତର ଆହତ ହୋଇଥିଲେ।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ଏଥିସହିତ ତିନିଜଣ ଆହତଙ୍କୁ ଆମ୍ବୁଲାନ୍ସ ‌ଯୋଗେ ଆଣି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। ପୁଲିସ ସୂତ୍ରରୁ ପ୍ରକାଶ, ସ୍କର୍ପିଓ ଗାଡିରେ ଚାଳକଙ୍କ ସମେତ ୯ଜଣ ବରଯାତ୍ରୀ ଥିଲେ। ଏମାନେ ସମସ୍ତେ ମୁଙ୍ଗେରର ହବେଲି ଖଡ଼ଗପୁର ଥାନା ଅଧୀନସ୍ଥ ଶ୍ରୀମଦପୁରରେ ଏକ ବିବାହ ଉତ୍ସବକୁ ଯାଉଥି‌ଲେ। ବରଯାତ୍ରୀ ନେଇ ଯାଉଥିବା ସ୍କର୍ପିଓ ଜାତୀୟ ରାଜପଥ-୮୦ ଦେଇ ଯାଉଥିବା ବେଳେ କହଲଗାଁରୁ ଏକ ମାଲବୋଝେଇ ଟ୍ରକ୍ ଆସୁଥିଲା। ରାସ୍ତା ନିର୍ମାଣ ହେତୁ ରାସ୍ତାଟି ଗୋଟିଏ ପଟେ ଉଚ୍ଚ ଏବଂ ଅନ୍ୟପଟେ ନିଚଥିଲା। ଏହି କାରଣରୁ ଟ୍ରକର ଟାୟାର ଫାଟି ଯାଇଥିଲା। ଟ୍ରକଟି ଭାରସାମ୍ୟ ହରାଇ ବରଯାତ୍ରୀ ଥିବା ସ୍କର୍ପିଓ ଉପରେ ଓଲଟି ପଡ଼ିଥିଲା। ସ୍କର୍ପିଓ ଭିତରେ ଥିବା ୯ଜଣଙ୍କ ମଧ୍ୟରୁ ୬ଜଣ ଚାପି ହୋଇ ଯିବାରୁ ଘଟଣାସ୍ଥଳରେ ସେମାନଙ୍କ ପ୍ରାଣାବାୟୁ ଉଡ଼ିଯାଇଥିଲା। ଅନ୍ୟ ୩ଜଣଙ୍କୁ ସ୍କର୍ପିଓ ଭିତରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସ‌ା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୁଲିସ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରୁଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button