ଦେଶ

ଷଷ୍ଠ ଶ୍ରେଣୀ ଛାତ୍ରକୁ ଅପହରଣ ପରେ ହତ୍ୟା – Ibnodisha

[ad_1]

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଔରୈୟାରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଓ ହତ୍ୟା ମାମଲା ସାମ୍ନାକୁ ଆସିଛି । ଘର ବାହାରୁ ପିଲାଟିକୁ ଅପହରଣ କରାଯାଇଥିବା ବେଳେ ଦିଲ୍ଲୀରୁ ତା’ର ମୃତଦେହ ମିଳିଥିଲା । ଏହି ଘଟଣାରେ ପୋଲିସ ୮ ଜଣ ଅପହରଣକାରୀଙ୍କୁ ଏନକାଉଣ୍ଟର କରି ଗିରଫ କରିଛି । ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ଫାୟାରିଂ କରିଥିଲେ । ପୋଲିସର ପାଲଟା ଗୁଳିମାଡରେ ୮ ଜଣ ଯାକ ଆହତ ହୋଇଥିଲେ । ସମସ୍ତଙ୍କର ଗୋଡରେ ଗୁଳି ବାଜିଛି ।

ଗତ ଶନିବାର ଦିନ ଛାତ୍ରଙ୍କୁ ଅପହରଣ କରାଯାଇଥିଲା । ଔରୈୟା ଜିଲ୍ଲା ଏରୱା କତ୍ରା ଅଞ୍ଚଳର ସୁନା ବ୍ୟବସାୟୀ ମହମ୍ମଦ ଶକିଲଙ୍କ ଷଷ୍ଠ ଶ୍ରେଣୀରେ ପଢୁଥିବା ୧୨ ବର୍ଷୀୟ ପୁଅ ଶୁଭନ କ୍ରିକେଟ ଖେଳିବାକୁ ଯାଇ ଆଉ ଘରୁ ଫେରିନଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ପୁଅର କିଛି ଖୋଜଖବର ନମିଳିବାରୁ ପରିବାର ଲୋକେ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ସଙ୍ଗେ ସଙ୍ଗେ ପିଲାଟିକୁ ଖୋଜିବାକୁ ଛାନଭିନ୍ ଆରମ୍ଭ କରିଦେଇଥିଲା । ପୋଲିସର ୮ଟି ଟିମ୍ ବିଭିନ୍ନ ସ୍ଥାନକୁ ଯାଇ ତନାଘନା କରିଥିଲେ ।

ଏହାରି ମଧ୍ୟରେ ଗୋଟିଏ ଟିମ୍ ଦିଲ୍ଲୀର ପଶ୍ଚିମ ବିହାର ସ୍ଥିତ ସାଇ ମନ୍ଦିର ପାଖରେ ଏକ କାରର ତଲାସି ନେଇଥିଲା । ଯାଞ୍ଚ ବେଳେ ଗାଡି ଭିତରେ ଏକ ସୁଟକେଶର ନାବାଳକର ମୃତଦେହ ପଶିଥିବା ଦେଖିବାକୁ ମିଳିଥିଲା । ଔରେୟା ପୋଲିସ ଦିଲ୍ଲୀ ପୋଲିସର ସହାୟତାରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତଦନ୍ତ ପରେ ଏହି ଅପହରଣ ଓ ହତ୍ୟା ପଛରେ ମୃତ ନାବାଳକର ପଡୋଶୀ ରିୟାଜ ସିଦ୍ଦିକର ହାତ ଥିବା ଜଣାପଡିଥିଲା । ସେ ସ୍ଥାନୀୟ ଏକ ଜଙ୍ଗଲରେ ଲୁଚିଥିବା ବେଳେ ଖବର ପାଇ ପୋଲିସ ତାକୁ ଧରିବାକୁ ପହଞ୍ଚିଥିଲା । ହେଲେ ସେଠାରେ ମୁଖ୍ୟ ଅଭିଯୁକ୍ତ ସହ ଲୁଚି ରହିଥିବା ଅନ୍ୟ ଅଭିଯୁକ୍ତମାନେ ପୋଲିସ ଦେଖି ଗୁଳି ଚଳାଇଥିଲେ । ପୋଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳିମାଡ ହୋଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button