ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଅମ୍ଲଜାନ ନଥିବା ସିଲିଣ୍ଡର ଲଗାଇବାରୁ ଚାଲିଗଲା ଜୀବନ – Ibnodisha
[ad_1]
ଶାଜାପୁର: ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଅମ୍ଲଜାନ ନଥିବା ସିଲିଣ୍ଡର ଲଗାଇବାରୁ ଚାଲିଗଲା ଜୀବନ। ଶାଜାପୁର ଜିଲ୍ଲାର ବେରଛା ରେଳ ଷ୍ଟେସନ ନିକଟରେ ଏକ ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କର ଡାକ୍ତରଙ୍କ ଅବହେଳା ଯୋଗୁଁ ମୃତ୍ୟୁ ଘଟିଛି। କୁହାଯାଉଛି ଯେ, ଆହତଙ୍କୁ ପ୍ରଥମେ ବେରଛା ଷ୍ଟେସନରେ ପ୍ରାଥମିକ ଚିକିତ୍ସା ଦେବା ପରେ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ମଲମ ଏବଂ ବ୍ୟାଣ୍ଡେଜ ଲଗାଇବା ପରେ ତାଙ୍କୁ ସର୍ଜିକାଲ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଯେତେବେଳେ ତାଙ୍କ ଅବସ୍ଥା ଗୁରୁତର ହେଲା, ସେତେବେଳେ ନର୍ସ ଅମ୍ଲଜାନ ଥିବା ଭାବି ଖାଲି ସିଲିଣ୍ଡର ଲଗାଇ ଦେଇଥିଲେ। ଏହା ପରେ ହସ୍ପିଟାଲର କର୍ମଚାରୀମାନେ ପଲ୍ସ ଅକ୍ସିମିଟର ଏବଂ ଇଞ୍ଜେକ୍ସନ ଖୋଜୁଥିବା ବେଳେ ଅମ୍ଲଜାନ ନପାଇ ଆହତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରାୟ ଏକ ଘଣ୍ଟା ଛଟପଟ ହେବା ପରେ ଡାକ୍ତରଖାନାର ଅବହେଳା ହେତୁ ଆହତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।
ମୃତକଙ୍କ ନାମ ରାଧେଶ୍ୟାମ ଗୁପ୍ତା(୪୦) ହୋଇଥିବା ବେଳେ ସେ ଛତରପୁରର ବାସିନ୍ଦା ଥିଲେ। ସୋମବାର ରାଧେଶ୍ୟାମ ଗୁପ୍ତା ଉଜ୍ଜୈନରୁ ମହାକାଳଙ୍କ ଦର୍ଶନ ସାରି ଘରକୁ ଫେରୁଥିଲେ। ସେ ସକାଳ ପ୍ରାୟ ୧୧ଟା ସମୟରେ ଛତରପୁର ଯିବା ପାଇଁ ଉଜ୍ଜୈନରୁ ଟ୍ରେନରେ ବସିଥିଲେ। ଦିନ ପ୍ରାୟ ୧ଟା ସମୟରେ ଟ୍ରେନ ଅଟକିବାରୁ ରାଧେଶ୍ୟାମ ବୋତଲରେ ପାଣି ଭରିବା ପାଇଁ ବେରଛା ଷ୍ଟେସନରେ ଓହ୍ଲାଇଥିଲେ। ହେଲେ ହଠାତ୍ ଟ୍ରେନ ଛାଡ଼ିଦେବା ଦେଖି ସେ ତରବରିଆ ଭାବେ ଟ୍ରେନକୁ ଚଢ଼ିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ତାଙ୍କ ପାଦ ଖସିଯିବାରୁ ସେ ତଳେ ପଡ଼ି ଆହତ ହୋଇଥିଲେ। ଆହତ ରାଧେଶ୍ୟାମଙ୍କୁ ଷ୍ଟେସନରେ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ଆମ୍ବୁଲାନ୍ସରେ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ସେଠାରେ ଡାକ୍ତରଙ୍କ ଅବହେଳା ପାଇଁ ରାଧେଶ୍ୟାମଙ୍କ ଜୀବନ ଚାଲିଯାଇଥିବା ଜଣାଯାଇଛି। ତେବେ ଏହି ଘଟଣାର ଅଭିଯୋଗ ପରିବାର ଲୋକେ ପୁଲିସରେ କରିଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।
[ad_2]