୮୨ ବର୍ଷର ପତ୍ନୀଙ୍କୁ ଛାଡପତ୍ର ଦେବାକୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ପତି – Ibnodisha

[ad_1]
ନୂଆଦିଲ୍ଲୀ: ୮୯ ବର୍ଷରେ ଜଣେ ବ୍ୟକ୍ତି ଜୀବନର ଶେଷ ପାହାଚରେ ପହଞ୍ଚି ମୃତ୍ୟୁ ପାଇଁ ସଜବାଜ ହେଉଥିବା ବେଳେ ଏଠି କିନ୍ତୁ ଏହି ବୟସରେ ଜଣେ ବ୍ୟକ୍ତି ପତ୍ନୀଙ୍କୁ ଛାଡପତ୍ର ଦେବାକୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବା ହେବା ଭଳି ଘଟଣା ସହଜରେ ସମସ୍ତଙ୍କର ହଜମ ହେବ ନାହିଁ । ଉଚ୍ଚତମ ନ୍ୟାୟାଳୟ କିନ୍ତୁ ଏହି ମାମଲାରେ ଏପରି କରିବା ଅନ୍ୟାୟ ହେବ ବୋଲି କହି ଆବେଦନକୁ ଖାରଜ କରି ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଭାରତୀୟ ସମାଜରେ ବିବାହ ଏକ ପବିତ୍ର ଓ ଆଧ୍ୟାତ୍ମିକ ମିଳନ ଅଟେ । ଏହି ମାମଲାରେ ଆମେ ଛାଡପତ୍ରକୁ ସ୍ୱୀକୃତି ଦେଇପାରିବୁ ନାହିଁ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ବ୍ୟକ୍ତି ଜଣକ ନିଜର ୮୨ ବର୍ଷୀୟ ପତ୍ନୀଙ୍କ ଠାରୁ ଛାଡପତ୍ର ମାଗିଥିଲେ ।
ଏହି ମାମଲାରେ ସୁପ୍ରିମକୋର୍ଟ କହିଛନ୍ତ ପତ୍ନୀ ୧୯୬୩ ମସିହା ଅର୍ଥାତ୍ ୬୦ ବର୍ଷ ଧରି ସ୍ୱାମୀଙ୍କ ସହ ପବିତ୍ର ସଂପର୍କ ବଜାୟ ରଖି ଆସିଛନ୍ତି । ଏହି ସମୟ ମଧ୍ୟରେ ସେ ବେଶ୍ ଯତ୍ନ ଓ ଆଦରର ସହ ନିଜର ୩ଗୋଟି ସନ୍ତାନଙ୍କ ଲାଳନପାଳନ କରିବା ସତ୍ତ୍ୱେ ପତି ତାଙ୍କ ପ୍ରତି ଶତ୍ରୁତା ଆଚରଣ କରିଛନ୍ତି । ଏବେ ବି ପତ୍ନୀ ପତିଙ୍କ ସେବା କରିବାକୁ ପ୍ରସ୍ତୁତ ଅଛନ୍ତି । ସେ ବାର୍ଦ୍ଧକ୍ୟ ଅବସ୍ଥାରେ ତାଙ୍କୁ ଏକା ଛାଡିବାକୁ ଚାହୁଁନାହାନ୍ତି । ପତ୍ନୀ ନିଜର ଭାବନା ବ୍ୟକ୍ତ କରି କହିଛନ୍ତି ସେ ଛାଡପତ୍ର ପାଇଥିବା ଜଣେ ମହିଳାର କଳଙ୍କ ନେଇ ମରିବାକୁ ଚାହୁଁନାହାନ୍ତି । ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ସମକାଳୀନ ସମାଜରେ ଛାଡପତ୍ର ନେବା କଳଙ୍କ ବୋଲି ମନେ କରାଯାଉନାହିଁ । କିନ୍ତୁ ଆମେ ପ୍ରତିବାଦୀଙ୍କ ଭାବନାକୁ ନେଇ ଚିନ୍ତିତ । ଏହି ମାମଲାରେ ପତ୍ନୀଙ୍କ ଇଚ୍ଛାକୁ ଧ୍ୟାନରେ ରଖି ଛାଡପତ୍ର ଦିଆଯାଇପାରିବ ନାହିଁ । ଏହା କହିବା ସହିତ କୋର୍ଟ ପତିଙ୍କ ପକ୍ଷରୁ ଦାଖଲ ହୋଇଥିବା ଛାଡପତ୍ର ଯାଚିକାକୁ ଖାରଜ କରିଦେଇଛନ୍ତି ।
[ad_2]




