ରାଜ୍ୟ

ପ୍ରେମିକାର ଘରେ ପଶି ପରିବାର ଲୋକଙ୍କୁ ହାଣିଲା ପ୍ରେମିକ – Ibnodisha

[ad_1]

ଜଗତସିଂହପୁର: ପ୍ରେମ ପାଇଁ ଯୁବକଙ୍କର ଉନ୍ମତ୍ତ କାଣ୍ଡ । ପ୍ରେମିକାର ଘରେ ପଶି ପରିବାର ଲୋକଙ୍କୁ ଜଣ ଜଣ କରି ଖଣ୍ଡାରେ ହାଣିଲା ଯୁବକ । ଏଭଳି ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ସଦର ଥାନା ଅନ୍ତର୍ଗତ ମଧୁସୂଦନପୁର ଶାସନ ପଞ୍ଚାୟର କେନ୍ଦାଳ ଗ୍ରାମରେ । ପୋଲିସ ପକ୍ଷରୁ ମିିଳିଥିବା ସୂଚନା ଅନୁଯାୟୀ, କେନ୍ଦାଳ ଗ୍ରାମର ନନ୍ଦନ କୁମାର ବେହେରାଙ୍କ ଝିଅକୁ ସେହି ଗ୍ରାମର ରିତିକ ମହାନ୍ତି ପ୍ରେମ ଜାଲରେ ଫସାଇଥିଲା । ଆଉ ୨୦୨୦ ମସିହାରେ ଉଭୟ ଫେରାର ହୋଇଯାଇଥିଲେ । ଝିଅ ସହିତ ଅଭିଯୁକ୍ତ ରିତିକ ୨ ବର୍ଷ ରହିବା ପରେ ଶାରିରୀକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲା । ଏପରିକି ମାଡ଼ ପରିବା ସହିତ ମୁଣ୍ଡରେ ବନ୍ଧୁକ ଲଗାଇ ଜାବନରୁ ମାରିଦେବା ପାଇଁ ଧମକ ଦେଇ ଆସୁଥିଲା । ଗତ ଜୁଲାଇ ମାସରେ ଅଭିଯୁକ୍ତ ରିତିକ ମହାନ୍ତି ଅନୁପସ୍ଥିତ ଥିବାର ସୁଯୋଗ ନେଇ ଝିଅଟି ସେଠାରୁ ଖସି ନିଜ ବାପଘରକୁ ପଳାଇ ଆସିଥିଲା ।

ଏହା ରିତିକ ଜାଣିବା ପରେ ଝିଅ ଘରେ ଆସି ପହଞ୍ଚିଥିଲା । ଏହି ଘଟଣାକୁ ନେଇ ଗ୍ରାମର କିଛି ବ୍ୟକ୍ତିଙ୍କ ଉପସ୍ଥିତରେ ଆଲୋଚନା ହୋଇଥିଲା । ଉଭୟ ପୁଅ ଓ ଝିଅଙ୍କୁ ଏକାଠି ରହିବା ପାଇଁ ପଚରାଯିବାରୁ ଉଭୟ ଅଲଗା ଅଲଗା ରହିବା ପାଇଁ କହିଥିଲେ । ଫଳରେ ଝିଅ ତା’ର ବାପଘରେ ରହିବା ପାଇଁ ନିଷ୍ପତ୍ତି ନେଇଥିଲା । ଏହି ନିଷ୍ପତ୍ତିରେ ଉଭୟ ସହମତି ମଧ୍ୟ ହୋଇଥିଲେ । କିଛିଦିନ ଯିବା ପରେ ଗତ ଗୁରୁବାର ଦିନ ବିଳମ୍ବିତ ରାତିରେ ରିତିକ ପ୍ରେମିକାର ଘରେ ପଶିବାକୁ ଉଦ୍ୟମ କରିଥିଲା । ସେହି ସମୟରେ ରିତିକର ବଡଭାଇ ରାହୁଲଙ୍କ ସମେତ ଅନ୍‌ଯ ଯୁବକମାନେ ବନ୍ଧୁକ, ଖଣ୍ଡା ଧରି ସଂପୃକ୍ତ ଯୁବତୀଙ୍କୁ ଅପହରଣ କରିବା ପାଇଁ ଉଦ୍ୟମ କରିଥିଲେ । ଏଥିରେ ଯୁବତୀଙ୍କ ବାପା ମା’ ଓ ଭାଇ ପ୍ରତିରୋଧ କରିଥିଲେ ।

ଆଉ ପ୍ରତିରୋଧ କରିବାରୁ ସେମାନେ ତାଙ୍କୁ ମାଡ଼ ମାରିବା ସହିତ ଖଣ୍ଡାରେ ଚୋଟ ପରେ ଚୋଟ ଲଗାଇ ଚାଲିଥିଲେ । ଏହି ଆକ୍ରମଣରେ ରାହୁଲଙ୍କ ପ୍ରେମିକାଙ୍କ ସମେତ ତାଙ୍କ ଭାଇ, ବାମା ଓ ମା’ ଗୁରୁତର ହୋଇଥିବା ଜଣାପଡିଛି । ଏମାନଙ୍କୁ ପ୍ରଥମେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଜଗତସିଂହପୁର ଥାନାରେ ଏନେଇ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ରିତିକ ଓ ତା’ର ଭାଇକୁ ଗିରଫ କରିଛି ପୋଲିସ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button