ରାଜ୍ୟ

ରାସନ ଚାଉଳରେ ପୋକ ସାଲୁବାଲୁ, ନିମ୍ନମାନର ସାମଗ୍ରୀ ନେବା ପାଇଁ ରାଜି ହେଉନାହାନ୍ତି ଲୋକ

କାଶୀପୁର : ହିତାଧିକାରୀଙ୍କୁ ନିମ୍ନମାନର ଚାଉଳ ଦିଆଯାଉଥିିବା ଅଭିଯୋଗ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ହାଡିଗୁଡା ପଞ୍ଚାୟତରୁ ଏଭଳି ଅଭିଯୋଗ ଆସିଛି । ଅକ୍ଟୋବର ମାସରେ ଆସନ୍ତା ୩ ମାସ ଲାଗି ରାସନ ଚାଉଳ ଦେବା ପାଇଁ ପଞ୍ଚାୟତକୁ ଚାଉଳ ଆସିଥିଲା । ହେଲେ ଚାଉଳ ବସ୍ତା ଫିଟାଇବା ପରେ ସେଥିରୁ ପୋକ ଚାଲୁଥିବା ଦେଖିବାକୁ ମିଳିଥିଲା ।

ଯାହାକୁ ନେଇ ରାସନ କାର୍ଡ ହିତାଧିକାରୀ ଚାଉଳ ନନେଇ ଭଲ ଚାଉଳ ଦେବାକୁ ଦାବି କରିଛନ୍ତି ।

ପୋକ ସାଲୁବାଲୁ ହେଉଥିବାରୁ ଚାଉଳ ନେବାକୁ ରାଜି ହେଉନାହାନ୍ତି ହିତାଧିକାରୀ । ହାଡିଗୁଡା ପଞ୍ଚାୟତର ୧୭ଟି ଗାଁର ମୋଟ ୧୯୨୭ଜଣ ହିତାଧିକାରୀ ଅଛନ୍ତି । ସେମାନଙ୍କ ପାଇଁ ଆସିଥିବା ଚାଉଳରେ ପୋକ ଲାଗିଥିବା କହିଛନ୍ତି । ନିମ୍ନମାନର ଚାଉଳ ନେବା ପାଇଁ ରାଜି ହେଉନାହାନ୍ତି ଲୋକ। କିନ୍ତୁ ଚାଉଳ ନେବା ପାଇଁ ଡିଲର ବାଧ୍ୟ କରୁଥିବା କହିଛନ୍ତି ଗ୍ରାମବାସୀ । ସେମାନଙ୍କୁ ଉନ୍ନତମାନର ଚାଉଳ ଯୋଗାଇଦେବା ପାଇଁ ଦାବି ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button