ଥରିଲା ଅଯୋଧ୍ୟା, ଭୟରୁ ଘରୁ ଦୌଡିଲେ ଲୋକେ – Ibnodisha
[ad_1]
ଅଯୋଧ୍ୟା: ଭୂମିକମ୍ପ ଝଟକାରେ ଥରିଲା ଅଯୋଧ୍ୟା । ରବିବାର ରାତି ୧ଟାରେ ଅଯୋଧ୍ୟାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ପକ୍ଷରୁ ଏହାର ତୀବ୍ରତା ୩.୬ ରହିଥିଲା ବୋଲି ଜଣାପଡିଛି ।ତେବେ ଏହି ଝଟକାରେ କିଛି କ୍ଷୟକ୍ଷତି ହୋଇନାହିଁ । ଭୂକମ୍ପର କେନ୍ଦ୍ର ଅଯୋଧ୍ୟା ଠାରୁ ୨୧୫ କିମି ଉତ୍ତରରେ ୧୦ କିମି ଗଭୀରତା ରହିଛି । ଗତକାଲି ନେପାଳର କାଠମାଣ୍ଡୁ ଏବଂ ଆଫଗାନିସ୍ତାନ ଫୈଜବାଦରେ ୪.୫ ତୀବ୍ରତାର ଭୂମିକମ୍ପ ଆସିଥିଲା ।
ଭୂକମ୍ପ ଝଟକା ସବୁବେଳେ ଉତ୍ତର ଭାରତରେ ହୋଇଥାଏ । ନେପାଳ ଝଟକା ପରେ ଦିଲ୍ଲୀରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହା ପରେ ଅଯୋଧ୍ୟାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଶୁକ୍ରବାର ରାତିରେ ନେପାଳରେ ୬.୪ ତୀବ୍ରତା ଭୂମିକମ୍ପ ଆସିବା ପରେ ୧୫୭ ଲୋକଙ୍କର ମୃତ୍ୟୁ ହୋଇଥିଲା । ଆଜି ଯାଏଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୁଶୁଡି ପଡିଥିବା ବିଲିଡିଂ ତଳେ ଲୋକ ଦବିଥିବା ସୂଚନା ମିଳିଛି ।
ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଭୂକମ୍ପ ପ୍ରଭାବିତ କିଛି ଅଞ୍ଚଳକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ଫଳରେ ଆଗକୁ ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା । ମାଟିରେ ମିଶିଛି ବହୁ ଘରଦ୍ବାର, ବିଲଡିଂ । ଧ୍ବଂସାବଶେଷ ତଳୁ ଏବେ ଜୀବନ ଖୋଜା ଚାଲିଛି । ଏତେ ଜୋରରେ ଝଟକା ଅନୁଭୂତ ହୋଇଥିଲା ଯେ ଅନେକ ଲୋକ ଭୟରେ ଘରୁ ବାହାରି ଆସିଥିଲେ । ଅଧିକ ପ୍ରଭାବିତ ହୋଇଛି ଜାଜରକୋଟ ଜିଲ୍ଲାର ଭେରି, ନାଲଗାଡ଼, କୁଶେ, ବାରେକୋଟ ଓ ଛେଡାଗଦ ।
The post ଥରିଲା ଅଯୋଧ୍ୟା, ଭୟରୁ ଘରୁ ଦୌଡିଲେ ଲୋକେ appeared first on ONA KHABAR.
[ad_2]