ଦେଶ

ଦୁଇ ଭାରତୀୟଙ୍କୁ ଆମେରିକାର ସର୍ବୋଚ୍ଚ ବିଜ୍ଞାନ ସମ୍ମାନ – Ibnodisha

[ad_1]

ୱାଶିଂଟନ୍‌ : ଦୁଇ ଭାରତୀୟ ବୈଜ୍ଞାନିକ ଅଶୋକ ଗାଡ଼ଗିଲ ଓ ଶୁଭ୍ର ସୁରେଶଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ଶ୍ରେଷ୍ଠ ବିଜ୍ଞାନ ସମ୍ମାନ (ନ୍ୟାସନାଲ ମେଡାଲ ଅଫ୍‌ ଟେକ୍‌ନୋଲଜି ଆଣ୍ଡ ଇନୋଭେସନ୍‌) ମିଳିଛି। ମଙ୍ଗଳବାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଏକ ବିଶେଷ​‌ ଉତ୍ସବରେ ସେମାନଙ୍କୁ ଏହି ମେଡାଲ ପ୍ରଦାନ କରିଛନ୍ତି। ମୁମ୍ବଇରେ ଜନ୍ମିତ ଗାଡ଼ଗିଲ ସମ୍ପ୍ରତି ୟୁନିଭର୍ସିଟି ଅଫ କାଲିଫର୍ଣ୍ଣିଆରେ ପ୍ରାଧ୍ୟାପକ ଓ ଲରେନ୍ସ ବର୍କଲି ନ୍ୟାସନାଲ ଲବରେଟୋରୀରେ ବରିଷ୍ଠ ବୈଜ୍ଞାନିକ ଭାବେ କାର୍ଯ୍ୟରତ। ସେ ମୁମ୍ବଇ ବିଶ୍ବବିଦ୍ୟାଳୟ ଓ ଆଇଆଇଟି କାନ୍‌ପୁରରେ ଉଚ୍ଚଶିକ୍ଷା ଗ୍ରହଣ ପରେ କାଲିଫର୍ଣ୍ଣିଆ ୟୁନଭର୍ସିଟିରେ ଯୋଗ ଦେଇଥିଲେ।

ସେହିପରି ସୁରେଶ ମଧ୍ୟ ମୁମ୍ବଇ ଜନ୍ମିତ। ସେ ମାଡ୍ରାସ୍‌ ଆଇଆଇଟିରୁ ବି.ଟେକ୍‌ ଶିକ୍ଷା ପରେ ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲଜି(ଏମ୍‌ଆଇଟି)ରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ସମ୍ପ୍ରତି ବାୟୋଇଞ୍ଜିନିୟର ତଥା ମ୍ୟାଟେରିଆଲ୍ସ ସାଇଣ୍ଟିଷ୍ଟ ଭାବେ ସେ ଏମ୍‌ଆଇଟିରେ କାର୍ଯ୍ୟରତ। ଏସିଆ ଜନ୍ମିତ ପ୍ରଥମ ପ୍ରଫେସର ଭାବେ ସେ ଏମ୍‌ଆଇଟି ଅଧୀନ ୫ଟି ସ୍କୁଲର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button