ଦେଶ

ବିଦେଶରେ ପ୍ରସିଦ୍ଧି ଲାଭ କରୁଛି ଭାରତର ତୋରଣ, ବ୍ୟବସାୟର ମାଧ୍ୟମ କରି ଆତ୍ମନିର୍ଭର ହୋଇପାରିବେ ଘରୋଇ ମହିଳା

ଭାରତର ପ୍ରତି ପ୍ରାନ୍ତର ନିଜର ପରିଚୟ ରହିଛି। ବିଶେଷ କରି ଯେତେବେଳେ ହସ୍ତକଳା ଏବଂ କାରିଗରୀ କଥା ଉଠେ ଭାରତର ପ୍ରତି ପ୍ରାନ୍ତର ଲୋକମାନେ ସେମାନଙ୍କର ହସ୍ତକଳା ପାଇଁ ବିଦେଶରେ ପ୍ରସିଦ୍ଧି ଲାଭ କରିଛନ୍ତି। ଯେପରି ଘରର ଦ୍ଵାର ବନ୍ଧରେ ଲାଗୁଥିବା ତୋରଣ। ଦକ୍ଷିଣ ଭାରତରେ ଆମ୍ଵ ତୋରଣ ପ୍ରସିଦ୍ଧ ଥିବା ବେଳେ ଉତ୍ତର ଭାରତରେ ଗେଣ୍ଡୁ ଫୁଲ ତୋରଣ ଖୁବ୍ ପ୍ରସିଦ୍ଧ। ସେହିଭଳି ଓଡ଼ିଶାରେ ଧାନରେ ତିଆରି ବେଣ୍ଟି ଖୁବ୍ ପ୍ରସିଦ୍ଧ। ଏହାକୁ ଘରେ ଘରେ ଲୋକମାନେ ନିଜ ହାତରେ ତିଆରି କରିଥାନ୍ତି। ତେବେ ଏହି ତୋରଣ ତିଆରି କରି ଆପଣ ଲାଭବାନ୍ ହୋଇପାରିବେ।

ଆମ ଦେଶରେ ତିଆରି ହେଉଥିବା ତୋରଣ ବିଦେଶରେ ଖୁବ୍ ଆଦୃତ ଲାଭ କରୁଛି। ଆମେ ୨୦୦ ରୁ ୨୫୦ ଟଙ୍କା ଦେଇ କିଣୁଥିବା ତୋରଣ ବିଦେଶରେ ୪ ରୁ ୫ ହଜାର ଟଙ୍କାରେ ବିକ୍ରି ହେଉଛି। ଆମେରିକା, ଅଷ୍ଟ୍ରେଲିଆ ଏବଂ ୟୁରୋପ ଭଳି ଦେଶକୁ ଏହି ତୋରଣ ରପ୍ତାନୀ ହେଉଛି। ତେଣୁ ଘରୋଇ ମହିଳାମାନେ ଏହାକୁ ବ୍ୟବସାୟର ପନ୍ଥା ରୂପେ ଗ୍ରହଣ କରିପାରିବେ। ରଙ୍ଗ ବେରଙ୍ଗର ସୁନ୍ଦର ସୁନ୍ଦର ତୋରଣ ତିଆରି କରି ମହିଳାମାନେ ଏହାକୁ ଅନଲାଇନ୍ ୱେବସାଇଟ୍‌ ମାଧ୍ୟମରେ ଦେଶ ବିଦେଶରେ ବିକ୍ରି କରିପାରିବେ। ଏହା ଦ୍ଵାରା ମହିଳାମାନେ ନିଜେ ଆତ୍ମନିର୍ଭର ହେବା ସହ ପରିବାର ପ୍ରତିପୋଷଣ କରିପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button