IBN ଓଡ଼ିଶା ବ୍ୟୁରୋ

ହୋଲିରେ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାର ଉପାୟ – Ibnodisha

[ad_1]

ରଙ୍ଗର ପର୍ବ ହୋଲି ମାର୍ଚ୍ଚ ମାସର ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି, ଏହା ହିନ୍ଦୁ ଧର୍ମରେ ଗୋଟିଏ ପ୍ରସିଦ୍ଧ ପର୍ବ ଅଟେ l ହୋଲି ଆର୍ଥିକ ସମୃଦ୍ଧିର ପ୍ରତୀକ ଅଟେ l ମାନ୍ୟତା ରହିଛି ଯେ ଯଦି ଆପଣ ଏହିଦିନ ମାତା ଲକ୍ଷ୍ମୀଙ୍କୁ ବିଧିବଧ ଭାବରେ ପୂଜାର୍ଚନା କରିବେ ତେବେ ଆପଣଙ୍କର ଜୀବନ ର ସମସ୍ତ ଦୁଃଖ ଦୁର୍ଦଶା ଦୂର ହୋଇଥାଏ ଓ ମାତା ଲକ୍ଷ୍ମୀ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ l

ଆସନ୍ତୁ ଜାଣିବା ହୋଲି ରେ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାର ଉପାୟ -:
* ଦୋଳ ପୁର୍ଣିମା ଦିନ ମାତା ଲକ୍ଷ୍ମୀଙ୍କ ନିକଟରେ ନାଲି ବସ୍ତ୍ର ଓ ନାଲି ଅଭିର ଏବଂ ନାଲି ସଂଖା ଅର୍ପଣ କରନ୍ତୁ l ଏହାଦ୍ୱାରା ମାତା ଲକ୍ଷ୍ମୀ ଙ୍କ ନିକଟରେ ମୁରୁଜ ପକାଇ କଳସ ଗୋଟିଏ ସ୍ଥାପନା କରନ୍ତୁ l ଏପରି କରି ଦୀପ ଟିଏ ଅର୍ପଣ କରିବା ଦ୍ୱାରା ପରିବାର ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l

* ଦୋଳ ପୂର୍ଣିମା ଦିନ ହୋଲିକା ଦହନ ସରିବା ପରେ ମାତା ଲକ୍ଷ୍ମୀଙ୍କ ନିକଟରେ କ୍ଷୀରି ପ୍ରସ୍ତୁତ କରି ପ୍ରସାଦ ଭାବରେ ଅର୍ପଣ କରନ୍ତୁ l ଏବଂ ମା ଲକ୍ଷ୍ମୀ ଙ୍କୁ ଗୋଟିଏ ତମ୍ବା ପଇସା ଅର୍ପଣ କରନ୍ତୁ l ଏହାଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଜୀବନ ର ସମସ୍ତ କଷ୍ଟ ଦୂର କରିବେ l

* ଦୋଳ ପୂର୍ଣ୍ଣିମାଦିନ ସନ୍ଧ୍ୟା ସମୟ ରେ ମାତା ଲକ୍ଷ୍ମୀଙ୍କ ନିକଟରେ ” ଓଂ ଶ୍ରୀଙ୍ଗ କ୍ଳିଙ୍ଗ ମହାଲକ୍ଷ୍ମୀ ମହାଲକ୍ଷ୍ମୀ ଏହ୍ୱାହୀ ସର୍ବ ସୌଭାଗ୍ୟଙ୍ଗ ଦେହୀ ମେ ସ୍ୱାହା ” ଏହି ମନ୍ତ୍ରଟି କୁ ଜପ ୧୦୮ ଥର କରନ୍ତୁ l ଏବଂ ଏହି ସମୟରେ ହାତରେ ଗୋଟିଏ ରୂପା ମୁଦ୍ରା ରଖନ୍ତୁ l ଜପ କରିବା ପରେ ଉକ୍ତ ମୁଦ୍ରା କୁ ନିଜ ର ପଇସା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ l ଏପରି କରିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ l

* ଦୋଳ ପୂର୍ଣିମା ଦିନ ହୋଲିକା  ଦହନ ପରେ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାର ସବୁଠୁ ଭଲ ଉପାୟ ଅଟେ l ଏହିଦିନ ଲକ୍ଷ୍ମୀଙ୍କ ନିକଟରେ କନକ ଧାରା ସ୍ତୋତ୍ର ପାଠ କରନ୍ତୁ l ଏହାଦ୍ୱାରା ଆର୍ଥିକ ସ୍ଥିତି ରେ ବୃଦ୍ଧି ହେବ l

* ଯଦି ବୈବାହିକ ଜୀବନ ରେ ଅଶାନ୍ତି ଓ ଅସୁବିଧା ଦେଖା ଦେଉଛି ତେବେ ସ୍ୱାମୀ ସ୍ତ୍ରୀ ଦୋଳ ପୂର୍ଣିମା ଦିନ ଲକ୍ଷ୍ମୀ ନାରାୟଣାୟଃ ନମଃ ମନ୍ତ୍ର ପାଠ କରନ୍ତୁ l ଏହାଦ୍ୱାରା ଆପଣଙ୍କ ଜୀବନ ରେ ଚାଲିଥିବା ଅସୁବିଧା ଦୂର ହେବ l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button