IBN ଓଡ଼ିଶା ବ୍ୟୁରୋ

ରୋଷେଇ ଶାଳରୁ ହଜି ଗଲାଣି ପାରମ୍ପରିକ ପାତ୍ର ଓ ସାମଗ୍ରୀ, ଘର କୋଣରେ ପଡି ରହୁଛି ଶିଳ-ପୁଆ… ଲୋକେ ଭୁଲିଗଲେଣି କୁଲା ପାଛୁଡ଼ା

ରୋଷେଇ ଶାଳରୁ ହଜି ଗଲାଣି ପାରମ୍ପରିକ ପାତ୍ର ଓ ସାମଗ୍ରୀ। ଆଉ ନାହିଁ ବୋଉ ହାତ ରନ୍ଧା ସେହି ଚୁଲି ରନ୍ଧା ତିଅଣର ମହକ। ଅତ୍ୟାଧୁନିକ ଜୀବନଶୈଳୀରେ ଆଉ କାମରେ ଆସୁନି ଏହି ପାରମ୍ପରିକ ଜିନିଷ। କଂସା ପାତ୍ର ବଦଳରେ ଏବେ ବ୍ୟବହାର ହେଉଛି ଷ୍ଟିଲ ବାସନ। କାଠ ଚୁଟି ବଦଳରେ ବ୍ୟବହାର ହେଉଛି ଅତ୍ୟାଧୁନିକ ଗ୍ୟାସ୍।

ଶିଳପୁଆ- ସେହିପରି ଘରର ଏକ କୋଣରେ ଅବହେଳିତ ହୋଇ ପଡ଼ି ରହୁଛି ଶିଳପୁଆ। ତାର ସ୍ଥାନ ନେଇ ସାରିଲାଣି ବୈଦ୍ୟୁତିକ ଗ୍ରାଇଣ୍ଡର। ହେଲେ ଗ୍ରାଇଣ୍ଡର ବାଟଣରେ ନାହିଁ ପିଲାଦିନର ସେହି ଶିଳବଟା ଚଟଣୀ ଆଉ ବଟା ମସଲାର ମହକ।

ହେମଦସ୍ତା- ହେମଦସ୍ତା କଥା ନକହିବା ଭଲ। ସେତେବେଳେ ଖଦଡ଼ା ମସଲାକୁ ଗୁଣ୍ଡ କରିବାକୁ ଏହାର ବ୍ୟବହାର ହେଉଥିଲା। ହେଲେ ମସଲା ପେଶିବାକୁ ଏବେ ଏହାର ବ୍ୟବହାର ହେଉ ନାହିଁ। ରୋଷେଇ ଶାଳରୁ ଏହା ଧୀରେ ଧୀରେ ଗାଏବ ହେବାକୁ ବସିଲାଣି।

କୁଲା- ପୂର୍ବରୁ ବାଉଁଶ ପାତରେ ତିଆରି କୁଲାକୁ ଚାଉଳ ପାଛୁଡ଼ିବା ପାଇଁ ବ୍ୟବହାର କରାଯାଉଥିଲା। ଏହା ରୋଷେଇ ଶାଳର ଏକ ମୁଖ୍ୟ ଜିନିଷ ଥିଲା। ଏହାକୁ ବ୍ୟବହାର କରିବା ଏକ କଳା ଥିଲା। ଯାହାକୁ ଲୋକେ ଭୁଲି ଗଲେଣି।

ଫୁଙ୍କନଳା- ଚୁଲିରେ ସେତେବେଳେ ଫୁଙ୍କନଳାର ବ୍ୟବହାର କରାଯାଏ। ଚୁଲି ଲିଭିଗଲେ ଫୁଙ୍କନଳା ସାହାଯ୍ୟରେ ପୁଣି ଥରେ ଚୁଲି ଜଳାଇବା ପାଇଁ ବ୍ୟବହାର କରାଯାଏ। ଏହାର ଆକାର ବଂଶୀ ଭଳି। ଏବେ ଏହାର ବ୍ୟବହାର ଲୋକେ ଭୁଲିଗଲେଣି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button