ଦେଶ
ଡଙ୍ଗା ଓଲଟି ୧୪ ମୃତ – Ibnodisha

[ad_1]
ଗୁଜରାଟ: ଗୁଜରାଟ ଭଡ଼ୋଦରାରେ ହର୍ଣ୍ଣି ହ୍ରଦରେ ଡଙ୍ଗା ଓଲଟି ୧୪ଜଣ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୨ ଛାତ୍ରଛାତ୍ରୀ ଓ ୨ ଶିକ୍ଷକ ଥିବା ସୂଚନା ମିଳିଛି। ୬ଜଣ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷକ ନିଖୋଜ ଥିବାବେଳେ ତଲାସ କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି। ଆଜି ୨୭ଜଣ ଛାତ୍ରଛାତ୍ରୀମାନେ ପିକନିକ ଯାଇଥିବାବେଳେ ହର୍ଣ୍ଣି ହ୍ରଦରେ ଡଙ୍ଗା ଓଲଟି ଯାଇଥିଲା। ଡଙ୍ଗାରେ ଯାତ୍ରା କରୁଥିବା କୌଣସି ଛାତ୍ରଛାତ୍ରୀ କିମ୍ବା ଶିକ୍ଷକ ଲାଇଭ ଜାକେଟ ପିନ୍ଧିନଥିଲେ। ଡଙ୍ଗା ଓଲଟି ପଡ଼ିବା ଖବର ବିଜୁଳି ବେଗରେ ବ୍ୟାପୀ ଯିବା ପରେ ଅଗ୍ନିଶମ ବାହିନୀ ଓ ଉଦ୍ଦାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବୀତ କରିଥିଲେ।
[ad_2]




