ଦେଶ

ପ୍ରଶାନ୍ତ ମହାସାଗରରେ ପଡ଼ିବ ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ କରାଯାଇଥିବା ରକେଟ୍‌ର ଉପର ଭାଗ – Ibnodisha

[ad_1]

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩କୁ ମହାକାଶକୁ ନେଇ ଯାଇଥିବା ‘ଏଲ୍‌ଭିଏମ୍‌୩ ଏମ୍‌୪’ ଲଞ୍ଚ୍‌ ଭେଇକ୍ଲ୍‌ର ଉପର ଅଂଶ ବା ଅଗ୍ରଭାଗ ଉତ୍ତର ପ୍ରଶାନ୍ତ ମହାସାଗରରେ ଖସିପଡ଼ିବ ବୋଲି ‘ଇସ୍ରୋ’ କହିଛି।ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ବା ‘ଇ‌ସ୍ରୋ’ କହିଛି, ବୁଧବ‌ାର ରାତି ୨.୪୨ ବେଳକୁ ‘ଏଲ୍‌ଭିଏମ୍‌୩ ଏମ୍‌୪’ ଲଞ୍ଚ୍‌ ଭେଇକ୍ଲ୍‌ ରକେଟ୍‌ର ଊର୍ଦ୍ଧ୍ବାଂଶ ପୃଥିବୀର ବାୟୁମଣ୍ଡଳ ମଧ୍ୟକୁ ଅନିୟନ୍ତ୍ରିତ ପୁନଃ ପ୍ରବେଶ କରିଛି। ଏହି ଭଗ୍ନାଂଶ ଉତ୍ତର ପ୍ରଶାନ୍ତ ମହାସାଗର ମଧ୍ୟକୁ ଖସିପଡ଼ିବାର ସମ୍ଭାବନା ରହିଛି। ପୁନଃ ପ୍ରବେଶ ସମୟରେ ଏହା ଭାରତ ଉପର ଦେଇ ଅତିକ୍ରମ କରିନାହିଁ।ରକେଟ୍‌ର ଏହି ଅଂଶ (ନୋରାଡ୍‌ ଆଇଡି ୫୭୩୨୧) ହେଉଛି ଚନ୍ଦ୍ରଯାନ-୩କୁ ୨୦୨୩ ଜୁଲାଇ ୧୪ ତାରିଖ ଦିନ ସଫଳତାର ସହିତ ନିର୍ଦ୍ଧାରିତ କକ୍ଷପଥ (୧୩୩ କିଲୋମିଟର୍‌ x ୩୫୮୨୩ କିଲୋମିଟର୍‌) ମଧ୍ୟକୁ ଛାଡ଼ିଥିବା ମହାକାଶଯାନର ଅଗ୍ରଭାଗ ବୋଲି ‘ଇସ୍ରୋ’ କହିଛି।‘ଇସ୍ରୋ’ ଆହୁରି ମଧ୍ୟ କହିଛି ଯେ, ଉତ୍‌କ୍ଷେପଣ ହେବାର ୧୨୪ ଦିନ ପରେ ରକେଟ୍‌ର ଏହି ଅଂଶ ପୃଥିବୀର ବାୟୁମଣ୍ଡଳ ମଧ୍ୟକୁ ପୁନଃ ପ୍ରବେଶ କରିଛି। ପୁନଃ ପ୍ରବେଶ ପ୍ରସ୍ତୁତିକୁ ବିଜ୍ଞାନ ଭାଷାରେ ‘ପାସିଭେସନ୍‌’ ପ୍ରକ୍ରିୟା କୁହାଯାଏ। ଏହି ପ୍ରକ୍ରିୟାରେ ରକେଟ୍‌ର ଉକ୍ତ ଅଂଶରେ ରହିଯାଇଥିବା ଇନ୍ଧନ ବାହାର କରାଯାଇଥାଏ। ଫଳରେ ପୃଥିବୀର ବାୟୁମଣ୍ଡଳକୁ ପୁନଃ ପ୍ରବେଶ କରିବା ବେଳେ ଏଥିରେ ବିସ୍ଫୋରଣ ଆଶଙ୍କା ନ ଥାଏ। ଜାତିସଂଘ ଓ ‘ଆଇଏଡିସି’ ଜାରି କରିଥିବା ଗାଇଡ୍‌ଲାଇନ୍‌ ଅନୁଯାୟୀ ଏହି ପଦକ୍ଷେପ ଗ୍ରହଣ କରାଯାଇଥାଏ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button