ଦେଶ

କଳାଜୀରା ଫେସପ୍ୟାକ : ଦୂର କରିବ ସବୁ ସମସ୍ୟା ମିଳିବ ସୁନ୍ଦର ତ୍ୱଚା

କଳାଜୀରା ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ। ଏହାର ବ୍ୟବହାର ଖାଇବାରେ କରାଯାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଏହା ଆପଣଙ୍କ ସ୍କିନ ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ। ଏଥିରେ ଏମିତି କିଛି ତତ୍ତ୍ୱ ରହିଛି, ଯାହା ବ୍ରଣ, ତ୍ୱଚା ଭାଙ୍ଗ ଏବଂ ଡାର୍କ ସର୍କଲରୁ ମୁକ୍ତି ଦେଇଥାଏ। ଏଥିରେ ପ୍ରସ୍ତୁତ ଘରୋଇ ପ୍ୟାକ୍‌ ଲଗାଇବା ଦ୍ୱାରା ସ୍କିନ ଗ୍ଲୋ କରିଥାଏ। ଆସନ୍ତୁ ଜାଣିବା, କିପରି କରିବେ କଳାଜୀରା ଫେସପ୍ୟାକ୍‌…

kk

ଆବଶ୍ୟକ ସାମଗ୍ରୀ :

କଳାଜୀରା: ୧ ଚାମଚ ( ପାଉଡର)
କ୍ଷୀର : ୧ ବଡ ଚାମଚ
ପ୍ରସ୍ତୁତ ପ୍ରଣାଳୀ : ଗୋଟେ ଜାଗାରେ କଳାଜିରା ପାଉଡର ଏବଂ କ୍ଷୀରକୁ ଭଲଭାବେ ମିଶାଇ ଦିଅନ୍ତୁ। ଏହାପରେ ଏହାକୁ ମୁହଁ ଏବଂ ବେକରେ ଲଗାନ୍ତୁ।

pack

ଡାର୍କ ସ୍କିନ ପାଇଁ :

କଳାଜୀରା ପାଉଡର: ୧ ଚାମଚ
ଓଟସ୍‌ : ୧ ବଡ ଚାମଚ
ମହୁ: ୧ ଚାମଚ
ଆଲମଣ୍ଡ ଅଏଲ : ୧/୨ ଚାମଚ
ମଲାଇ : ଦରକାର ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ : ଏଥିପାଇଁ ସବୁ ଜିନିଷକୁ ଏକ ପାତ୍ରରେ ଏକାଠି ମିଶାଇ ଦିଅନ୍ତୁ। ଏହାକୁ ମୁହଁ ଏବଂ ବେକରେ ଲଗାନ୍ତୁ। ୧୦ରୁ ୧୫ ମିନିଟ୍‌ ଏହାକୁ ଲଗାଇବା ପରେ ଅଳ୍ପ ଉଷୁମ ପାଣିରେ ସଫା କରିଦିଅନ୍ତୁ।

kalonji

ତେଲିଆ ତ୍ୱଚା ପାଇଁ :

କଳାଜୀରା ପାଉଡର : ୧ ଚାମଚ
ଏଲୋଭେରା ଜେଲ : ୧ ଚାମଚ
କ୍ଷୀର ୧/୨ ଚାମଚ
ଲେମ୍ବୁ ରସ : ୧/୨ ଚାମଚ

ପ୍ରସ୍ତୁତି ପ୍ରଣାଳୀ : ସବୁଜିନିଷକୁ ଏକ ପାତ୍ରରେ ଏକାଠି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁ ଓ ବେକରେ ଲଗାଇ ୧୦ରୁ ୧୫ ମିନିଟ୍‌ ରଖିବା ପରେ ଅଳ୍ପ ଉଷୁମ ପାଣିରେ ମୁହଁ ଧୋଇଦିଅନ୍ତୁ। ଏହାକୁ ମୁହଁରୁ ତେଲକୁ ନଷ୍ଟ କରିଦିଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button