ପ୍ରତିଦିନ ସକାଳୁ ପିଅନ୍ତୁ ଗୋଟିଏ ଗ୍ଲାସ ପିଆଜ ରସ, ଏହି ୫ ଗମ୍ଭୀର ସମସ୍ୟାକୁ କରିବ ସବୁଦିନ ପାଇଁ ବାଏ ବାଏ

ପିଆଜକୁ ସାଧାରଣତଃ ଆମେ ଘରେ ସାଲାଡ୍ ଭାବରେ ବ୍ୟବହାର କରିଥାଉ। ଏଥିସହ ବିଭିନ୍ନ ପ୍ରକାର ବ୍ୟଞ୍ଜନ ବନାଇବା ଏବଂ ତରକାରୀରେ ତଡକା ଦେବା ପାଇଁ ମଧ୍ୟ ପିଆଜର ବ୍ୟବହାର ନିଶ୍ଚୟ କରାଯାଇଥାଏ। ସେହିପରି ନନଭେଜ୍ ଖାଉଥିବା ଲୋକଙ୍କ ପାଇଁ ପିଆଜ ଏକ ବହୁତ ଭଲ ଫୁଡ୍ ଭାବରେ ବ୍ୟବହାର କରାଯାଇଥାଏ। କିନ୍ତୁ ପିଆଜକୁ ଯଦି ଜୁସ୍ ଭାବରେ ବ୍ୟବହାର କରାଯାଏ ତାହେଲେ ଏଥିରୁ ଅନେକ ଫାଇଦା ମିଳିଥାଏ। ଯଦି ଆପଣ ପିଆଜକୁ କେବଳ ତରକାରୀରେ ହିଁ ବ୍ୟବହାର ହୁଏ ବୋଲି ଭାବୁଛନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ଏହାଦ୍ୱାରା ମିଳୁଥିବା ଅନ୍ୟ ସବୁ ଫାଇଦା ବିଷୟରେ ଜଣାଇବୁ। ଯାହା ଆପଣଙ୍କ ଶରୀର ପାଇଁ ଏକଦମ୍ ବେଷ୍ଟ ମେଡିସିନ। ଆପଣ ଏହାକୁ ପ୍ରତିଦିନ ସକାଳୁ ଉଠିବା ପରେ ଏକ୍ସରସାଇଜ୍ କରି ମଧ୍ୟ ପିଇପାରିବେ।
ରକ୍ତ ସଞ୍ଚାଳନକୁ ନିୟନ୍ତ୍ରଣରେ ରଖିଥାଏ
ବ୍ଲଡ ସାର୍କୁଲେସନକୁ ନିୟନ୍ତ୍ରଣରେ ରଖିବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ। ପିଆଜରେ ଥିବା ସଲଫରର ମାତ୍ରା ବ୍ଲଡ ସାର୍କୁଲେସନକୁ ମେଣ୍ଟେନ କରିବାରେ ଏବଂ ଆମ ଶରୀରରେ ସମସ୍ତ ଅଙ୍ଗ ପର୍ଯ୍ୟନ୍ତ ଜରୁରୀ ମାତ୍ରାରେ ରକ୍ତ ପହଁଚାଇବା ପାଇଁ ବହୁତ ମାତ୍ରାରେ କାମ କରିଥାଏ।
ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ କରିବା ପାଇଁ
ପିଆଜର ଜୁସକୁ ସେବନ କରିବା ଦ୍ୱାରା ବ୍ଲଡ ପ୍ରେସର କଣ୍ଟ୍ରୋଲ କରିବା ପାଇଁ ପ୍ରଭାବିତ ରୂପରେ ସାହାଯ୍ୟକାରୀ ହୋଇପାରେ। ଏଥିରେ ଥିବା ମ୍ୟାଗ୍ନେସିୟମର ମାତ୍ରା ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ କରିବା ପାଇଁ ବହୁତ ସହାୟକ ହୋଇଥାଏ। ଏଥିପାଇଁ ଯେଉଁ ଲୋକଙ୍କୁ ବ୍ଲଡ ପ୍ରେସର ବଢ଼ିଥାଏ, ତାଙ୍କୁ ପ୍ରାଥମିକ ଉପଚାର ବା ଚିକିତ୍ସା ପାଇଁ ପିଆଜର ଜୁସ୍ ସେବନ କରିବା କରାଯାଇପାରେ।
ମେମୋରୀ ପାଓ୍ଵାରକୁ କରିବ ବୁଷ୍ଟ
ସ୍ମରଣ ଶକ୍ତି ବଢ଼ାଇବା ପାଇଁ ମୁଖ୍ୟ ଭାବରେ ଡ୍ରାଇ ଫ୍ରଟ୍ସର ସାହାରା ନେଇପାରିବେ। ପିଆଜ ଜୁସର ସେବନ କରିବା ଦ୍ୱାରା ମଧ୍ୟ ସ୍ମରଣ ଶକ୍ତି ବୁଷ୍ଟ କରିବାରେ ବହୁତ ଲାଭକାରୀ ହୋଇଥାଏ। ଏହାର ଏକ ବୈଜ୍ଞାନିକ କାରଣ ହେଉଛି ପିଆଜ ଜୁସରେ ଓମେଗା-୩ ଫ୍ୟାଟୀ ଏସିଡର ମାତ୍ରା ରହିଥାଏ ଯାହା ସ୍ମରଣ ଶକ୍ତି କ୍ଷମତାରେ ସୁଧାର କରିବା ପାଇଁ କାରିଗରୀ ହୋଇଥାଏ।
ଫୁଲିବା ବା ସୁଜନ ସମସ୍ୟାରେ ଲାଭକାରୀ
ତ୍ୱଚା ଫୁଲିବା ସମସ୍ୟାକୁ କମ୍ କରିବା ପାଇଁ ପିଆଜର ବ୍ୟବହାର କରାଯାଇପାରେ। ଏହାଛଡା ଯଦି ଆପଣ ପିଆଜକୁ ଜୁସ୍ ଆକାରରେ ବ୍ୟବହାର କରନ୍ତି ତେବେ ଏହା ବହୁତ ମାତ୍ରାରେ ଅଧିକ ଫାଇଦା ଯୋଗାଇଥାଏ। ପିଆଜ ଜୁସରେ ଥିବା ଆଣ୍ଟି ଇନଫ୍ଲାମେଟେରୀର ମାତ୍ରା ରକ୍ତରେ ତୁରନ୍ତ ମିଶିଥାଏ ଏବଂ ଏହା ଶରୀରରେ ଫୁଲି ଯାଇଥିବା ସ୍ଥାନକୁ ଠିକ୍ କରିବା ପାଇଁ ବହୁତ ମାତ୍ରାରେ କାମ କରିଥାଏ।
କେଶ ଝଡିବାକୁ ରୋକିଥାଏ
କେଶ ଝଡିବା ସମସ୍ୟାକୁ ରୋକିବାକୁ ଚାହୁଁଥିଲେ ପିଆଜ ବହୁତ ଲାଭକାରୀ ହୋଇଥାଏ। ଏହାର କାରଣ ଏହା ମଧ୍ୟ ହୋଇଥାଏ ଯେ ପିଆଜ ଜୁସରେ ଥିବା ଭିଟାମିନ ବିର ମାତ୍ରା କେଶରେ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ସମସ୍ୟାକୁ ସ୍କାଲପକୁ ସୁରକ୍ଷା ପ୍ରଦାନ କରିଥାଏ। ଏହା କେଶରେ ଜରୁରୀ ସିବମର ମାତ୍ରାକୁ ମଧ୍ୟ ମେଣ୍ଟେନ ରଖିବା ପାଇଁ ପ୍ରଭାବିତ ରୂପରେ କାଯ୍ୟର୍ କରିଥାଏ। ଆପଣ ଚାହିଁଲେ ଏହାର ଜୁସକୁ ମଧ୍ୟ କେଶ ମୂଳରେ ଲଗାଇପାରିବେ।



