ଦେଶ

ଗିରଫ ହେଲେ ବୁଦ୍ଧ ବୟ – Ibnodisha

[ad_1]

ନେପାଳ : ୩୩ବର୍ଷ ବୟସ୍କ ରାମ ବାହାଦୁର ବୋମଜନଙ୍କୁ ମଙ୍ଗଳବାର କାଠମାଣ୍ଡୁ ବାହାରୁ ଏକ ଘରୁ ଗିରଫ କରାଯାଇଛି। ଗିରଫଦାରୀ ସମୟରେ ତାଙ୍କ ନିକଟରୁ ୨୨୫ ହଜାର ଡଲାର ନେପାଳୀ ମୁଦ୍ରା ଓ ୨୨, ୫୦୦ ବିଦେଶୀ ମୁଦ୍ରା ଜବତ କରାଯାଇଛି।ନିଜ ଶ୍ରଦ୍ଧାଳୁଙ୍କ ଯୌନ ଉତ୍ପୀଡ଼ନ ଦେବା ସହ ଶୋଷଣ କରୁଥିବା ନେଇ ତାଙ୍କ ନାମରେ ଦୀର୍ଘ ଦିନ ହେଲା ଅଭିଯୋଗ ଆସୁଥିବା ବେଳେ ସେ ଫେରାର ହୋଇ ଯାଇଥିଲେ। ଏଥିସହ ୨୦୧୮ ମସିହାରେ ନିଜ ଆଶ୍ରମରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ତାଙ୍କ ନାମରେ ଜାମିନ ବିହୀନ ୱାରେଣ୍ଟ ଜାରି ହୋଇଥିଲା। ଏହାପରେ ସେ ସ୍ଥାନ ବଦଳାଇ ବିଭିନ୍ନ ଜାଗାରେ ଲୁଚି ରହୁଥିଲେ। ମାତ୍ର ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ୍‌ ଗୁରୁବାର ତାଙ୍କୁ ଗିରଫ କରିଥିଲା। ବୋମଜନଙ୍କ ବିରୋରେ ଅଭିଯୋଗ ଆସିବା ନୂଆ କଥା ନୁହେଁ। ୨୦୧୦ ମସିହାରେ ତାଙ୍କ ନାମରେ ଲୋକଙ୍କୁ ମାରପିଟ କରିଥିବା ଅଭିଯୋଗ ହୋଇଥିଲା। ଗତ ବର୍ଷ ତାଙ୍କ ଆଶ୍ରମରୁ ୪ ଶ୍ରଦ୍ଧାଳୁ ଗାଏବ ହୋଇ ଯାଇଥିବା ସୂଚନା ମିଳିଥିବା ବେଳେ ଏପର୍ଯନ୍ତ ସେମାନଙ୍କ ପତ୍ତା ମିଳି ପାରିନି।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button