ବଲିଉଡ ଅଭିନେତ୍ରୀ ଐଶ୍ଚର୍ଯ୍ୟା ହେଲେ ଡିପ୍ଫେକର ଶିକାର – Ibnodisha
[ad_1]
ନୂଆଦିଲ୍ଲୀ: ବଲିଉଡ ଇଣ୍ଡଷ୍ଟ୍ରୀରେ ଡିପ୍ଫେକର ଫଟୋ ଏବଂ ଭିଡିଓ ଯୋଗୁ ଅନେକ ସେଲିବ୍ରିଟି ଚିନ୍ତିତ ଅଛନ୍ତି । କାରଣ ଏହି ମାମଲା ଦିନକୁ ଦିନ ବଢି ଚାଲିଛି । ପ୍ରଥମେ ରଶ୍ମିକା ମନ୍ଦାନା, ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ, କାଜୋଲ ଏବଂ ସାରା ତେନ୍ଦୁଲମରଙ୍କ ପରେ ଏବେ ଏହାର ଶିକାର ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାରରାଲ ହେବାରେ ଲାଗିଛି । ଏହି ସେଲିବ୍ରିଟିଙ୍କର ନକଲି ଭିଡିଓ ଇନ୍ଣ୍ଟରନେଟ୍ରେ ଭାଇରାଲ ହେଉଛି ।
ଏହି ଭିଡିଓରେ ଜଣେ ଯୁବତୀ ଏକ ସୁଇମିଂ ପୁଲରେ ଐଶ୍ଚର୍ଯ୍ୟାଙ୍କ ମୁହଁର ପୋଜ୍ କରୁଥିବାର ଦେଖିବା ପାଇଁ ମିଳିଛି । ଏହି ଭିଡିଓ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ alauddinn_official ରୁ ସେୟାର ହୋଇଛି । ତେବେ ଭିଡିଓଟି ଭାଇରାଲ ହେବା ପରେ ଇନ୍ଷ୍ଟାଗ୍ରାମ୍ରେ ହଇଚଇ ସୃଷ୍ଟି କରିଛି । ତେବେ ଏହି ଭିଡିଓ ଦେଖିଲେ ଜଣାପଡୁଛି ଯେ ସେହି ଭିଡିଓରେ ବଲିଉଡର ଚୁଲବୁଲି ଅଭିନେତ୍ରୀ ଐଶ୍ଚର୍ଯ୍ୟା ନୁହେଁ ବରଂ ଅନ୍ୟ ଜଣେ କେହି । କିନ୍ତୁ ଏହା ଚିନ୍ତାର ବିଷୟ ଯେ ବାରାମ୍ବାର ଏପରି ହୋଇଚାଲିଛି । ସେହିପରି ଭାବେ AI ବ୍ୟବହାରକୁ ନେଇ ଅନେକ ଚିନ୍ତା ବଢିବା ପାଇଁ ଲାଗିଛି । ତେବେ ଏହାର ବ୍ୟବହାର କିଛି କାମ ପାଇଁ ଠିକ୍ ହୋଇଥିବା ବେଳେ ଅନେକ ସେଲିବ୍ରିଟିଙ୍କ ପାଇଁ ଚିନ୍ତା ବଢାଇ ଦେଇଛି ।
ସୂଚନା ମୁତାବକ, ଏହି ସବୁ ଭିଡିଓ ଭାଇରାଲ ହେବା ପରେ ବଲିଉଡର ସମସ୍ତ ସେଲିବ୍ରିଟି ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଏବଂ ଏହାର ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନେବାକୁ କହିଛନ୍ତି । ଏହି ସବୁ ସେଲିବ୍ରିଟିଙ୍କ ଫ୍ୟାନ୍ସ ମଧ୍ୟ ଅନେକ ଚିନ୍ତା ପ୍ରକାଶ କରିଛନ୍ତି । ଏହା ସହ ଡିପ୍ଫେକରକୁ ନେଇ ବିରୋଧ ମଧ୍ୟ କରିଛନ୍ତି । ସେହିପରି ଭାବେ AI ଭିଡିଓ ଏକ ଏପରି ଜିନିଷ ଯାହା ସାହାଯ୍ୟରେ ଅନ୍ୟ ଜଣକ ଚେହେରାକୁ ଆଉ ଜଣଙ୍କ ମୁହଁରେ ପରିବର୍ତ୍ତନ କରାଯାଇପାରିବ । ତେବେ ଏହା ଲୋକମାନଙ୍କୁ ଅନେକ ଭୁଲ ସୂଚନା ଦେବାରେ ଲାଗିଛି ।
[ad_2]