ଦେଶ

ପୁଣି ଅଶାନ୍ତ ମଣିପୁର: ଦୁଇ ଉଗ୍ରବାଦୀ ସଂଗଠନ ମଧ୍ୟରେ ଗୁଳିମାଡ଼ରେ ୧୩ ମୃତ – Ibnodisha

[ad_1]

ଇମ୍ଫାଲ: କିଛି ଦିନର ବ୍ୟବଧାନ ପରେ ପୁଣି ମଣିପୁରରେ ବଡ ଧରଣର ହିଂସା । ଦୁଇ ଉଗ୍ରବାଦୀ ସଂଗଠନ ମଧ୍ୟରେ ସଂଘର୍ଷ ଓ ଗୁଳିମାଡରେ ୧୩ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଟେଙ୍ଗନୋଉପାଲ ଜିଲ୍ଲାରେ ଏହି ସଂଘର୍ଷ ଘଟିଛି । ସ୍ଥାନୀୟ ଅଞ୍ଚଳରେ ସକ୍ରିୟ ଥିବା ଦୁଇ ଉଗ୍ରବାଦୀ ସଂଗଠନ ପରସ୍ପର ଉପରେ ଆକ୍ରମଣ କରିଛନ୍ତି । ଏଥିରେ ପ୍ରାଥମିକ ଭାବେ ମୃତ୍ୟୁସଂଖ୍ୟା ପ୍ରାୟ ୧୩ ବୋଲି ସ୍ଥାନୀୟ ପୋଲିସ କହୁଥିବା ବେଳେ ଏହା ଅଧିକ ମଧ୍ୟ ହୋଇପାରେ । ମୃତକଙ୍କ ମଧ୍ୟରେ ଉଭୟ ଗୋଷ୍ଠୀର ଉଗ୍ରବାଦୀ ରହିଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ପାରା ମିଲିଟାରୀ ଫୋର୍ସ ପହଞ୍ଚିଛନ୍ତି । ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସ୍ଥାନୀୟ ପୋଲିସର ପ୍ରାଥମିକ ସୂଚନା ଅନୁସାରେ, ଏହି ଦୁଇ ଉଗ୍ରବାଦୀ ଗୋଷ୍ଠୀର ମିଆଁମାର ଆତଙ୍କୀଙ୍କ ସହ ଲିଙ୍କ ରହିଛି । ଗୋଟିଏ ଉଗ୍ରବାଦୀ ଗୋଷ୍ଠୀ ମିଆଁମାର ଯାଉଥିବା ବେଳେ ଟେଙ୍ଗନୋଉପାଲ ଜିଲ୍ଲାର ଲେଇଥୁ ଗ୍ରାମ ନିକଟରେ ଅନ୍ୟ ଗୋଷ୍ଠୀର ଉଗ୍ରବାଦୀ ଆମ୍ବୁସ କରି ଆକ୍ରମଣ କରିଥିଲେ । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଏପର୍ଯ୍ୟନ୍ତ ୧୩ ଉଗ୍ରବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନ୍ୟ କିଛି ଉଗ୍ରବାଦୀ ଆହତ ହୋଇ ଛତ୍ରଭଙ୍ଗ ଦେଇଥିବା ପୋଲିସ ସନ୍ଦେହ କରୁଛି ।

ତେବେ ମୃତ ଉଗ୍ରବାଦୀମାନଙ୍କ ଚିହ୍ନଟ କରାଯାଇଛି । ସେମାନେ ସ୍ଥାନୀୟ ଅଞ୍ଚଳର ଉଗ୍ରବାଦୀ ନୁହନ୍ତି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ କହିଛି । ଶତାଧିକ ଉଗ୍ରବାଦୀ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିଥିଲେ । ଦିଲ୍ଲୀରେ ଏହି ସଂଗଠନର କାର୍ଯ୍ୟକର୍ତ୍ତା ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟରେ ଏହି ଶାନ୍ତି ଚୁକ୍ତିନାମା ସ୍ୱାକ୍ଷାରିତ ହେବା ପରେ ମଣିପୁରରେ ଏହି ସଂଗଠନର ଉଗ୍ରବାଦୀମାନେ ଅସ୍ତ୍ର ତ୍ୟାଗ କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ଦେଶର ସଫଳତା କହିବା ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ସ୍ୱାଗତ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button