ଦେଶ

୫ ବର୍ଷ ବାଳକକୁ ମାତ୍ର ୨ଥର ତଳେ କଚାଡ଼ି ମାରିଦେଲେ ସାଧୁବେଶୀ ବ୍ୟକ୍ତି – Ibnodisha

[ad_1]

ଆଗ୍ରା: ଉତ୍ତର ପ୍ରଦେଶ ଅନ୍ତର୍ଗତ ମଥୁରାର ଗୋବର୍ଦ୍ଧନରେ ସାଧୁ ବେଶ ଧାରଣ କରିଥିବା ଜଣେ ବ୍ୟକ୍ତି ଗୋଟାଏ ୫ ବର୍ଷିୟ ବାଳକୁ ଥରକୁ ଥର ତଳେ କଚାଡ଼ି ମାରି ପକାଇଥିବା କଥା ପୁଲିସ କହିଛି।

ଶନିବାର ସନ୍ଧ୍ୟା ବେଳେ ଘଟିଥିବା ଏହି ଅଘଟଣର ଦୃଶ୍ୟ ‘ସିସିଟିଭି’ରେ ବି ଉତ୍ତୋଳିତ ହୋଇଛି। ସେଥିରେ ଦେଖାଯାଉଛି, ବେଶଭୂଷାରୁ ସାଧୁ ପରି ମନେ ହେଉଥିବା ବ୍ୟକ୍ତିଜଣକ ବାଳକର ଗୋଟାଏ ଗୋଡ଼କୁ ଧରି ତଳେ କଚାଡ଼ି ଦେଉଛନ୍ତି।

ସେ ବାଳକର ବାପା ଛୋଟ ଦୋକାନଟିଏ ଚଳାନ୍ତି। ସେଦିନ ‘ରାଧାକୁଣ୍ଡ କମ୍ୟୁନିଟି ସେଣ୍ଟର୍‌’ ନିକଟରେ ଥିବା ତାଙ୍କ ଘର ବାହାରେ ବାଳକଟି ଖେଳୁଥିଲା। ହଠାତ୍‌ ସାଧୁବେଶୀ ଲୋକଟି ତା’ ପାଖକୁ ଯାଇ ତାକୁ ଧରିପକାଇଲେ। ତା’ପରେ ସେ ମାତ୍ର ଦୁଇଥର ତଳେ କଚାଡ଼ି ଦେବାରୁ ପିଲାର ଜୀବନ ଚାଲିଗଲା। ଏହା ଦେଖି ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ସେ ସାଧୁବେଶୀ ବ୍ୟକ୍ତିଙ୍କୁ ଧରିପକାଇ ମାରଧର କଲେ। ପରେ ପୁଲିସ ସେଠାରୁ ସେ ବ୍ୟକ୍ତିଙ୍କୁ ଧରି ନେଇଗଲା।

Image Courtesy of MSN

ପୁଲିସ କହିବା ଅନୁସାରେ, ସେ ବ୍ୟକ୍ତି ହେଉଛନ୍ତି ମଧ୍ୟପ୍ରଦେଶର ଭିଣ୍ଡ୍‌ ଜିଲ୍ଲାବାସୀ ୫୨ ବର୍ଷିୟ ଓମ୍‌ ପ୍ରକାଶ। କିନ୍ତୁ, ପିଲାଟିକୁ ସେ କାହିଁକି ମାରିଲେ ତାହା ଜଣା ପଡ଼ିନାହିଁ।

ରବିବାର ଦିନ ଗ୍ରାମାଞ୍ଚଳ ‘ଏସ୍‌.ପି’ ତ୍ରିଗୁଣ ଭୂଷଣ କହିଛନ୍ତି, ମୃତ ବାଳକର ବାପାଙ୍କ ଅଭିଯୋଗ ଆଧାରରେ ‘ଆଇପିସି’ ଧାରା ୩୦୨ ଅନୁଯାୟୀ ‘ଏଫ୍ଆଇଆର୍‌’ ପଞ୍ଜୀକରଣ କରାଯାଇଛି। ସ୍ଥାନୀୟ ଗୁଇନ୍ଦା ୟୁନିଟ୍‌ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ୍‌ ଯାଞ୍ଚ କରିବ। ସ୍ଥାନୀୟ ଲୋକଙ୍କଦ୍ବାରା ମାଡ଼ ଖାଇ ଆହତ ହୋଇଥିବାରୁ ଅଭିଯୁକ୍ତ ଚିକିତ୍ସାଧୀନ ଅଛନ୍ତି। ଖୁବ୍‌ ଶୀଘ୍ର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button