ଦେଶ

ବିଚାରପତିଙ୍କୁ ଠିକ ଭାବେ ସାଲ୍ୟୁଟ ନମାରିବା ପୁଲିସ୍‌ ବାବୁଙ୍କୁ ପଡିଲା ମହଙ୍ଗା – Ibnodisha

[ad_1]

ନୂଆଦିଲ୍ଲୀ: ହରିୟାଣା ଗୁରୁଗ୍ରାମର ଆସିଷ୍ଟାଣ୍ଟ କମିସନର ଅଫ ପୁଲିସ୍‌ (ଏସିପି) ବିଚାରପତିଙ୍କୁ ଠିକ ଭାବେ ସାଲ୍ୟୁଟ କରି ନଥିଲେ। ଏଭଳି କାର୍ଯ୍ୟ ଏସିପିଙ୍କୁ ମହଙ୍ଗା ପଡ଼ିଛି। ସୂଚନାନୁସାରେ ଫେବ୍ରୁଆରି ୮ ତାରିଖରେ ଏସିପି ନବୀନ ଶର୍ମା ନିଜର ଦଳ ସହିତ ଏକ ଠକେଇ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରି ଗୁରଗ୍ରାମସ୍ଥିତ ଫାଷ୍ଟ କ୍ଲାସ୍‌ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟକୁ ହାଜର ପାଇଁ ଯାଇଥିଲେ। ଏହି ସମୟରେ ଏସିପି ନବୀନ ଶର୍ମା ବିଚାରପତିଙ୍କୁ ଦେଖି ଠିକ ଭାବେ ସାଲ୍ୟୁଟ କରି ନଥିଲେ। ବେଖାତିର ଭାବେ ଦୁଇ ଆଙ୍ଗୁଠିରେ ସାଲ୍ୟୁଟ କରି ଚାଲିଯାଇଥିଲେ।ଏସିପି ନବୀନ ଶର୍ମାଙ୍କ ଏଭଳି ସ୍ବଭାବ ଦେଖି ବିଚାରପତି ରାଗି ଯାଇଥିଲେ। ତେବେ ଏଭଳି ଭାବେ ସାଲ୍ୟୁଟ ମାରିବାର କାରଣ କ’ଣ ବୋଲି ନବୀନ ଶର୍ମାଙ୍କୁ ପ୍ରଶ୍ନ କରାଯିବାରୁ ପୁଲିସ ଅଧିକାରୀ ବିଚାରପତିଙ୍କୁ କହିଥିଲେ, ମୋର ସାର୍ଟ ଟାଇଟ୍‌ ଥିଲା। ତେଣୁ ମୁଁ ଠିକ୍‌ ଭାବେ ଆପଣଙ୍କୁ ସାଲ୍ୟୁଟ କରି ପାରି ନ ଥିଲି।ପୁଲିସ ଅଧିକାରୀଙ୍କ ଠାରୁ ଏଭଳି ଉତ୍ତର ପାଇ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରିପୋର୍ଟ ଦେବାକୁ ପୁଲିସ୍‌ ଆଇଜିଙ୍କୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କହିଛନ୍ତି,‘ପ୍ରତ୍ୟେକ ପୁଲିସ୍‌ ଅଧିକାରୀ ଅଦାଲତ ଚାଲିଥିବା ସମୟରେ ପ୍ରବେଶ କଲେ କିପରି ସାଲ୍ୟୁଟ କରିବେ ତାହା ପଞ୍ଜାବ ପୁଲିସ୍‌ ରୁଲ୍ସ-୧୯୩୪ରେ ଉଲ୍ଲେଖ ରହିଛି। ତେଣୁ ପୁଲିସ୍‌ ନିୟମ ଓ ପ୍ରୋଟୋକଲ୍‌ ସମ୍ପର୍କରେ ସମ୍ପୃକ୍ତ ଅଧିକାରୀ ନବୀନ ଶର୍ମା ଅଧିକ ଜ୍ଞାନ ଆହରଣ କରିବା ଆବଶ୍ୟକତା ରହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button