ଦେଶ

ଏୟାର ଇଣ୍ଡିଆ ଗଣିବ ୮୦ ଲକ୍ଷ ଟଙ୍କାର ତଣ୍ଡ – Ibnodisha

[ad_1]

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ଲାଗିଲା ଡିଜିସିଏର ବଡ ଝଟକା । ୮୦ ଲକ୍ଷ ଟଙ୍କାର ତଣ୍ଡ ଗଣିବ ଏୟାର ଇଣ୍ଡିଆ । ବିମାନ ଚଳାଳଚ ସମୟ ନିୟମାବଳୀ ଉଲ୍ଲଙ୍ଘନ କରିଥିବା ଓ ଏୟାରଲାଇନ୍ସ କର୍ମଚାରୀଙ୍କ ପାଇଁ ବିଶ୍ରାମ ତଥା ଥକ୍କା ପରିଚାଳନା ବ୍ୟବସ୍ଥା ସହ ଜଡିତ ମାନକକୁ ଅଣଦେଖା କରିଥିବା ଅଭିଯୋଗରେ ଏହି ଜରିମାନା ଲଗାଯାଇଛି । ନିୟମ ଉଲ୍ଲଂଘନ ସହ ଜଡିତ ଏହି ସୂଚନା ଜାନୁଆରୀ ମାସରେ ଡିଜିସିଏ ଦ୍ୱାରା ହୋଇଥିବା ଏୟାର ଇଣ୍ଡିଆର ଯାଞ୍ଚ ପରେ ସାମ୍ନାକୁ ଆସିଛି। ଏହି ମାମଲାରେ ମାର୍ଚ୍ଚ ୧ତାରିଖରେ ଏୟାର ଇଣ୍ଡିଆକୁ ଏକ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ପଠାଯାଇଛି । ରିପୋର୍ଟ ଅନୁଯାୟୀ ଟାଟା ଗ୍ରୁପ୍ ନିୟନ୍ତ୍ରିତ ଏୟାର ଇଣ୍ଡିଆ ଉପରେ ୮୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ବିମାନ ସେବା ସମୟ ସୀମିତ କରିବା ଅଭିଯୋଗରେ ଏହି ଜରିମାନା ଲାଗୁ କରାଯାଇଛି। ଏଥିସହ ଏହି ଏୟାରଲାଇନ୍ସ କର୍ମଚାରୀଙ୍କ ପାଇଁ ବିଶ୍ରାମ ତଥା ଥକ୍କା ପରିଚାଳନା ବ୍ୟବସ୍ଥା ସହ ଜଡିତ ମାନକକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି। ଡିଜିସିଏ ଜାନୁଆରୀରେ ଏୟାର ଇଣ୍ଡିଆର ଏକ ଅନ-ସାଇଟ୍ ଅଡିଟ୍ କରିଥିଲା। ଏହି ଅଡିଟ୍‌ରୁ ମିଳିଥିବା ପ୍ରମାଣ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ଡିଜିସିଏର କହିବା ମୁତାବକ, ରିପୋର୍ଟ ଓ ପ୍ରମାଣର ବିଶ୍ଲେଷଣରୁ ଜଣାପଡିଛି ଯେ ଏୟାର ଇଣ୍ଡିଆ ଲିମିଟେଡ୍‌ ୬୦ ବର୍ଷରୁ ଅଧିକ ବୟସର ଦୁଇ ଜଣ ଫ୍ଲାଇଟ କ୍ରୁ ସଦସ୍ୟଙ୍କ ସହ ବିମାନ ଉଡାଣ ଭରିଥିଲା। ବିମାନ ଉଡାଣ ପୂର୍ବରୁ ଓ ପରେ ଏମାନଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ କରିବାକୁ ମଧ୍ୟ ଦିଆଯାଇନଥିଲା। ଯାହାକି ବିମାନ ଉଡ଼ାଣ ନିୟମ, ୧୯୩୭ ର ନିୟମ ୨୮ର ସବ ନିୟମ (୨) କୁ ଉଲ୍ଲଂଘନ କରିଛି। ମାର୍ଚ୍ଚ ୧ ତାରିଖରେ ଡିଜିସିଏ ଏୟାର ଇଣ୍ଡିଆକୁ ଏନେଇ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ତେବେ ଏହି ନୋଟିସ ଆଧାରରେ ଏୟାରଲାଇନ୍‌ ଯେଉଁ ଉତ୍ତର ଦେଇଥିଲା ତାହା ସନ୍ତୋଷଜନକ ନଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button