ଦେଶ

ବିବାଦ ଭିତରେ ଅବସର ନେଲେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ

IBN ଓଡିଶା(ବ୍ୟୁରୋ):-କୋଲକାତା: ବିବାଦ ଭିତରେ ଅବସର ନେଲେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟୟ। ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି ଆଲପନ। ଆଜି ସେ ନିଜ ଅବସର ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି। ତେବେ ଅବସର ନେବା କ୍ଷଣି ହିଁ ମମତା ତାଙ୍କୁ ନିଜର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି। ମମତାଙ୍କ ବେଶ ନିକଟତର କୁହାଯାଉଥିବା ଆଲପନଙ୍କ କାର୍ଯ୍ୟକାଳ ଆଜି ସରୁଥିଲା। ତେବେ ଏହାକୁ ୩ ମାସ ଯାଏଁ ବଢ଼ାଇଥିଲେ ସରକାର। ତାପୂର୍ବରୁ ସେ ପଦ ଛାଡ଼ିଛନ୍ତି।
ତାଙ୍କୁ ଗତ ସପ୍ତାହରେ ଦିଲ୍ଲୀକୁ ବଦଳି କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକକୁ ଆସିନଥିବାରୁ ଆଲାପନଙ୍କୁ ନୋଟିସ୍ କରାଯାଇଥିଲା। ଏହାପରେ ତାଙ୍କୁ ବଦଳି କରାଯାଇଥିବାରୁ ପଶ୍ଚିମବଙ୍ଗ ରାଜନୀତି ଜୋର ଧରିଥିଲା। ଆଜି ଆଲାପନଙ୍କ ଅବସର ପରେ ଏନେଇ କେନ୍ଦ୍ର ସରକାରଙ୍କୁ ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ୟ ସରକାରଙ୍କ ବିନା ଅନୁମତିରେ କେନ୍ଦ୍ର କୌଣସି ବରିଷ୍ଠ ଅଧିକାରୀଙ୍କୁ କେନ୍ଦ୍ରକୁ ବଦଳି କରିବେ ନାହିଁ ବୋଲି ସେ ଦୋହରାଇଛନ୍ତି। ଆଲାପନଙ୍କ ପରେ ୧୯୮୮ ବ୍ୟାଚର ହରିକୃଷ୍ଣ ଦ୍ୱିବେଦୀଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି କରାଯାଇଛି।ଥମିବାରେ ନା ନେଉନାହିଁ ମୋଦି-ଦିଦି ବିବାଦ। ଦିନକୁ ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ବେଶ୍‌ ଜୋରସୋରରେ ଚର୍ଚ୍ଚା ଚାଲିଛି। ସୂଚନା ଅନୁସାରେ, ବାତ୍ୟା ୟାସ୍‌ ପ୍ରଭାବରେ ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ମଧ୍ୟ ଅନେକ କ୍ଷତି ହୋଇଛି। ବାତ୍ୟା ୟାସ୍‌ରେ କ୍ଷୟକ୍ଷତି ହୋଇଥିବା ସ୍ଥାନକୁ ଆକାଶ ମାର୍ଗରୁ ବୁଲି ଦେଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେବଳ ଏତିକି ନୁହେଁ ବରଂ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ମଧ୍ୟ କରିଥିଲେ। କିନ୍ତୁ ଏହି ବୈଠକରେ ଅଳ୍ପ ସମୟ ଯୋଗ ଦେଇ ଅନ୍ୟ ବୈଠକ ଥିବା କହି ଦିଦି ପଳାଇଥିଲେ। କେବଳ ଦିଦି ନୁହେଁ ବରଂ ରାଜ୍ୟର ମୁଖ୍ୟ ଶାସନସଚିବ ମଧ୍ୟ ପଳାଇଥିଲେ। ଆଉ ସେଇଠୁ ଆରମ୍ଭ ହୋଇଥିଲା ବିବାଦ।ପରେ ପରେ କେନ୍ଦ୍ର ସରକାର ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ଡାକରା ଦେଇଥିଲେ। ଆଦେଶ ଅନୁଯାୟୀ ନୂଆଦିଲ୍ଲୀସ୍ଥିତ କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍‌ସନ୍‌ ମନ୍ତ୍ରାଳୟରେ ଉପସ୍ଥିତ ହେବାରେ ବିଫଳ ହୋଇଥିବା କାରଣରୁ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ କେନ୍ଦ୍ର ସରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ମଧ୍ୟ ହୋଇଥିଲା। ତେବେ ଏହାରି ମଧ୍ୟରେ ସେ ଅବସର ନେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button