ଦେଶ

ୠଣ ସୁଝି ଶୁଝି ନପାରି ପୂଜକଙ୍କ ଆତ୍ମହତ୍ୟା – Ibnodisha

[ad_1]

ଭଞ୍ଜନଗର: ୠଣ ସୁଝି ନପାରି ଶେଷରେ ଆତ୍ମହତ୍ୟାର ବାଟ ବାଛି ନେଲେ ଜଣେ ପୂଜକ । ଏଭଳି ଏକ ଅଭାବନୀୟ ଘଟଣା ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ଗ୍ରାମରେ ମଙ୍ଗଳବାର ଘଟିିଛି । ଏହି ଗ୍ରାମରେ ପୂଜକ ଭାବେ ଏବେ କିଛି ବର୍ଷ ହେଲା ରହିଆସୁଛନ୍ତି ଜୟସେନ ସାମନ୍ତରାୟ (୪୫) । ସେ ରହୁଥିବା ଘରର ଫ୍ୟାନ ହୁକ୍‌ରେ ଏକ ରଶି ବେକରେ ଲଗାଇ ଝୁଲି ପଡିଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ଧରି ସେ ରହୁଥିବା ଘରର କବାଟ ନ ଖୋଲିବା ସଂପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲା ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ । ଶବ ବ୍ୟବଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଯାଇଥିଲା । ମିଳିଥିବା ସୂଚନା ପ୍ରକାରେ ଜୟସେନ ସାମନ୍ତରାୟଙ୍କ ନିଜ ଗ୍ରାମ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜକର ଗ୍ରାମରେ ବୋଲି ଜଣାପଡିଛି । ସେ ନିଜ ଗ୍ରାମ କୋଠରୁ ୫୦ ହଜାର ଟଙ୍କା ଋଣ ସୁଧରେ ଆଣିଥିଲେ । ତେବେ ଦୀର୍ଘ ସମୟ ଧରି ସେ ୠଣ ସୁଝି ନପାରିବା କାରଣରୁ ଲୋକ ଲଜ୍ୟା ସହିନପାରି ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି । ତେବେ ପୋଲିସର ଅନୁସନ୍ଧାନ ପରେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button