ଦେଶ

୨୪ ଘଣ୍ଟାରେ ୬୪୦ କୋଭିଡ୍ ସଂକ୍ରମିତ ଚିହ୍ନଟ – Ibnodisha

[ad_1]

ନୂଆଦିଲ୍ଲୀ: ୨୪ ଘଣ୍ଟାରେ ନୂଆ ୬୪୦ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ଆକ୍ଟିଭ୍ କେସ୍ ମାମଲା ୩ ହଜାର ନିକଟତର ହୋଇଛି । ସେହିପରି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ମୃତକ କେରଳର ବୋଲି ଜଣାପଡ଼ିଛି । ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ରିପୋର୍ଟ ମୁତାବକ, ଦେଶରେ କୋଭିଡ୍-୧୯ ସକ୍ରିୟ ମାମଲା ୨, ୯୯୭ ରହିଛି । ଗୋଟିଏ ଦିନ ପୂର୍ବରୁ ଏହା ୨,୬୬୯ ଥିଲା ।

କରୋନାର ଏହି ସକ୍ରିୟ ମାମଲା ୧୦ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରୁ ସାମ୍ନାକୁ ଆସୁଛି  । ଏହି ରାଜ୍ୟ ଗୁଡ଼ିକ ହେଲେ କେରଳ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ଉତ୍ତରପ୍ରଦେଶ, ବିହାର, ଛତିଶଗଡ଼, ରାଜସ୍ଥାନ, ତାମିଲନାଡ଼ୁ ଓ  ପୁଡୁଚେରୀ ।

ଦେଶରେ ବର୍ତ୍ତମାନ ସୁଦ୍ଧା ୪,୪୪,୭୦,୮୮୭ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହି ହାର ୯୮.୮୧ ପ୍ରତିଶତ ରହିଛି । ମୃତ୍ୟୁ ସଂଖ୍ୟାକୁ ହିସାବକୁ ନେଲେ ୫, ୩୩, ୩୨୮ ରେକର୍ଡ କରାଯାଇଛି । ସେହିପରି ମୃତ୍ୟୁ ହାର  ୧.୧୮ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ୨୨୦.୬୭ କୋଟି କୋଭିଡ୍ ଭ୍ୟାକ୍ସିନ ଡୋଜ୍ ପ୍ରଦାନ କରାଯାଇଛି ।

କେରଳରୁ ପ୍ରଥମ କୋଭିଡ୍-୧୯ର ନୂଆ ସବ୍-ଭାରିଆଣ୍ଟ JN.1 ଭୂତାଣୁ ଚିହ୍ନଟ ହୋଇଛି । ତେବେ ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ମୋଟ୍ ୬୪୦ ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳରେ ସର୍ବାଧିକ କୋସ୍ ରହିଛି । ରାଜ୍ୟରେ ୨୪ ଘଣ୍ଟାରେ ୨୬୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୧ଜଣ JN.1 ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହୋଇଛନ୍ତି ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button