ସୁମୋ ଯୋଦ୍ଧାଙ୍କ ପାଇଁ ସ୍ବତନ୍ତ୍ର ବିମାନ ! – Ibnodisha

[ad_1]
ନୂଆଦିଲ୍ଲୀ: ଜାପାନର ସୁମୋ ଯୋଦ୍ଧାମାନେ ସାଧାରଣତଃ ପୃଥୁଳକାୟ ହୋଇଥିବା କଥା ସମସ୍ତେ ଜାଣିଛନ୍ତି। ତେବେ ଦଳେ ସୁମୋ ଯୋଦ୍ଧାଙ୍କୁ ଦୁଇଟି ବୋଇଂ-୭୩୭ ବିମାନରେ ବହନ କରିବା ସମ୍ଭବ ନହେବାରୁ ଜାପାନ ଏଆର୍ଲାଇନ୍ସ ପକ୍ଷରୁ ଆଉ ଏକ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ସୁମୋ ଯୋଦ୍ଧାମାନଙ୍କର ବିଶାଳ ଶରୀରର ସାମୂହିକ ଓଜନ ବିମାନ ପାଇଁ ଧାର୍ୟ୍ୟ ଓଜନ ସୀମା ଅତିକ୍ରମ କରିଯିବାରୁ ଏପରି ତ୍ବରିତ ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ସୂଚନାନୁଯାୟୀ, ଜାପାନର ଆମାମି ଓସିମା ଦ୍ବୀପରେ ଅନୁଷ୍ଠିତ ହେଉଥିବା ଜାତୀୟ କ୍ରୀଡ଼ା ଉତ୍ସବରେ ଭାଗ ନେବା ପାଇଁ ୪୬୦ ଜଣ ସୁମୋ ଯୋଦ୍ଧା ଟୋକିଓରୁ ବିମାନରେ ଓସାକା ଯିବାକୁ ବାହାରିଥିଲେ। ତେବେ ସେମାନଙ୍କର ହାରାହାରି ଓଜନ ଜଣେ ସ୍ବାଭାବିକ ଯାତ୍ରୀର ହାରାହାରି ଓଜନଠାରୁ ପ୍ରାୟ ୧୦୦ ପାଉଣ୍ଡ୍ ବା ୪୫ କେ.ଜି. ଅଧିକ ରହିଥିଲା। ସେମାନେ ଯିବା ଲାଗି ଦୁଇଟି ବିମାନ ଧାର୍ୟ୍ୟ ହୋଇଥିବା ବେଳେ, ସେମାନଙ୍କର ଏହି ମାତ୍ରାଧିକ ଓଜନକୁ ବହନ କରିବା ଲାଗି ବିମାନରେ ଆବଶ୍ୟକ ପରିମାଣର ଇନ୍ଧନ ଧାରଣ କରିବା ଅସମ୍ଭବ ହୋଇପଡ଼ିଥିଲା। ତେଣୁ ଦୁଇଟି ବିମାନରେ ଆବଶ୍ୟକ ଓଜନ ମୁତାବକ ଯାତ୍ରୀଙ୍କୁ ବସାଇବା ପରେ ଆହୁରି ୨୭ ଜଣ ସୁମୋ ଯୋଦ୍ଧା ବଳିଯାଇଥିଲେ। ତେଣୁ ଶେଷ ମୁହୂର୍ତ୍ତରେ ବିମାନସେବା କର୍ତ୍ତୃପକ୍ଷ ଆଉ ଏକ ବିମାନ ଯୋଗାଡ଼ କରି ବଳକା ଖେଳାଳିଙ୍କୁ ପଠାଇଥିଲେ।
[ad_2]




