ଦେଶ

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ – Ibnodisha

[ad_1]

ଭୋପାଳ: ଆଜି ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବେ ‘ବିଜେପି’ ବିଧାୟକ ତଥା ନେତା ମୋହନ ଯାଦବ ଶପଥ ଗ୍ରହଣ କରିଛନ୍ତି। ଭୋପାଳସ୍ଥିତ ‘ଲାଲ୍‌ ପରେଡ୍‌ ଗ୍ରାଉଣ୍ଡ୍‌’ରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ମଙ୍ଗୁଭାଇ ପଟେଲ୍‌ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ତାଙ୍କ ସହିତ ରାଜେନ୍ଦ୍ର ଶୁକ୍ଳା ଓ ଜଗଦୀଶ ଦେଓଡ଼ା ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ଯିବା ପୂର୍ବରୁ ୫୮ ବର୍ଷିୟ ଯାଦବ ଦିଅଁଦର୍ଶନ ଲାଗି ଭୋପାଳସ୍ଥିତ ଏକ ମନ୍ଦିରକୁ ଯାଇଥିଲେ। ଏହାଛଡ଼ା, ସେ ରାଜ୍ୟ ‘ବିଜେପି’ କାର୍ଯ୍ୟାଳୟକୁ ଯାଇ ‘ଜନସଂଘ’ର ଅନ୍ୟତମ ସଂସ୍ଥାପକ ପଣ୍ଡିତ ଦୀନଦୟାଲ୍‌ ଉପାଧ୍ୟାୟ ଓ ‘ବିଜେପି’ର ଆଦର୍ଶ ପ୍ରଣେତା ଶ୍ୟାମପ୍ରସାଦ ମୁଖାର୍ଜୀ ଙ୍କ ପ୍ରତି ସମ୍ମାନ ଜଣାଇଥିଲେ। ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ, କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ କେତେକ ‘ବିଜେପି’ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button