ଦେଶ

ଉଜ୍ଜୈନ ଦୁଷ୍କର୍ମ ପୀଡ଼ିତାଙ୍କୁ ପୋଷ୍ୟକନ୍ୟା କରିବେ ଇନ୍ସପେକ୍ଟର – Ibnodisha

[ad_1]

ଉଜ୍ଜୈନ: ମଧ୍ୟପ୍ରଦେଶର ଉଜ୍ଜୈନରୁ କିଛି ଦିନ ତଳେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଥିଲା। ୧୨ବର୍ଷର ଜଣେ ବାଳିକା ସହ  ଅଟୋ ଚାଳକ ଦୁଷ୍କର୍ମ କରିବା ପରେ ରକ୍ତାକ୍ତ ଅବସ୍ଥାରେ ବୁଲି ବୁଲି ସାହାଯ୍ୟ ମାଗିଥିଲେ ପୀଡ଼ିତା। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଲୋକଙ୍କ ଲୋମଟାଙ୍କୁରି ଉଠିଥିଲା। ଲୋକେ ପୀଡ଼ିତାଙ୍କୁ ଟଙ୍କା ଦେଇଥିଲେ ବି ତାଙ୍କୁ ସାହାଯ୍ୟ କରିନଥିଲେ। ଏଭଳି ହୃଦୟ ବିଦାରକ ଘଟଣା ପରେ ଏବେ ପୀଡ଼ିତାଙ୍କୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିବେ ବୋଲି ଜଣେ ଇନ୍ସପେକ୍ଟର ନିଷ୍ପତ୍ତି ନେଇଛନ୍ତି।

ମହାକାଳ ପୁଲିସ ଷ୍ଟେସନର ଇନ୍ସପେକ୍ଟର ଅଜୟ ବର୍ମା କହିଛନ୍ତି ଯେ ସେ ପୀଡିତାଙ୍କୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିବେ ଏବଂ ତାଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ପୀଡ଼ିତାଙ୍କ ପରିବାର ଲୋକଙ୍କ ଅନୁମତି ନେଇ ହିଁ ସେ ତାଙ୍କୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିବେ।

ଅଜୟ ବର୍ମାଙ୍କ କହିବା ମୁତାବକ, ପୀଡ଼ିତାଙ୍କୁ ପ୍ରଥମେ ରକ୍ତାକ୍ତ ଅବସ୍ଥାରେ ଦେଖି ମୋ ହୃଦୟ ଥରି ଉଠିଥିଲା। ସେବେଠାରୁ ତାଙ୍କୁ ସୁରକ୍ଷା ଦେବି ବୋଲି ମୁଁ ସଂକଳ୍ପ ନେଇଥିଲି। ପୋଷ୍ୟ ଗ୍ରହଣର ଆଇନଗତ ପ୍ରକ୍ରିୟା ମୁଁ ଜାଣେ ନାହିଁ। କିନ୍ତୁ ତାଙ୍କ ବିବାହ, ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ଖର୍ଚ୍ଚ ଉଠାଇବା ଦାୟିତ୍ବ ମୋର। ତାଙ୍କ ପରିବାର ଲୋକେ ଅନୁମତି ଦେଲେ ମୁଁ ଖୁସି ହୋଇ ପୀଡ଼ିତାଙ୍କ ସମସ୍ତ ଖର୍ଚ୍ଚ ବହନ କରିବି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button