ଦେଶ

ଭୂସ୍ଖଳନରେ ନିଖୋଜ ଡାକ୍ତର ସ୍ବାଧୀନ ପଣ୍ଡାଙ୍କ ଏପର୍ଯ୍ୟନ୍ତ ମିଳୁନି ପତ୍ତା, ଖୋଜିବ ରାଡାର

ୱାୟନାଡ଼ ଭୂସ୍ଖଳନରେ ନିଖୋଜ ଥିବା ଓଡ଼ିଆ ଡାକ୍ତର ସ୍ବାଧୀନ ପଣ୍ଡାଙ୍କ ଏପର୍ଯ୍ୟନ୍ତ ମିଳୁନି ପତ୍ତା । ତାଙ୍କୁ ରାଡାର ଠାବ କରିବ। ସିଆଚେନରୁ ଅଣାଯାଇଛି ଏଭଳି ରାଡାର। ମାଟି ତଳେ କେଉଁଠି ଜୀବନ ରହିଛି ଏହି ରାଡାର ତାର ସନ୍ଧାନ କରିବ। ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଭାରତୀୟ ଆର୍ମୀ ଏହି ରାଡାର ସାହଯ୍ୟରେ ଧ୍ବଂସ ସ୍ତୁପ ତଳୁ ଜୀବନର ସନ୍ଧାନ କରିବ।

ଧ୍ବଂସାବଶେଷ ତଳେ ଜୀବନ ଥିଲେ ଏହାର ସଙ୍କେତ ଦେବ ରାଡାର। ବିଶେଷ କରି ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ମୁଣ୍ଡକାଇ ଓ କୋରାଲମାଲା ଅଞ୍ଚଳରେ ଏହି ରାଡାର ମୁତୟନ ହେବ।

ଏ ନେଇ ଓଡ଼ିଶା ପରିବାରର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କୁ ସୂଚନା ଦେଇଛନ୍ତି ୱାୟନାଡ଼ ଜିଲ୍ଲାପାଳ ମେଘଶ୍ରୀ ଡିଆର । ନିଖୋଜ ଡାକ୍ତର ସ୍ବାଧୀନ ପଣ୍ଡାଙ୍କ ଭଉଣୀ ସୋମଲି ପଣ୍ଡା ବୁଧବାର ଠାରୁ ୱାୟନାଡ଼ରେ ରହିଛନ୍ତି। ମେଡାପିରେ ଦୁଇଟି ସ୍ଥାନରେ ରହିଛି ମୃତଦେହ ଏବଂ ଛିନ୍ନ ବିଛିନ୍ନ ଅଙ୍ଗ ପ୍ରତ୍ୟଙ୍ଗ। ତା ଭିତରେ ତାଙ୍କ ଭାଇଙ୍କୁ ଖୋଜି ପାଇ ନାହାନ୍ତି ସୋମାଲି। ଡାକ୍ତର ବିଷ୍ଣୁପ୍ରସାଦ ଚିନ୍ନାରାଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହେବା ପରେ ସେ ଡିସଚାର୍ଜ ହୋଇ ଓଡିଶା ଫେରିଛନ୍ତି।

ଅନ୍ୟପଟେ ମୃତ୍ୟୁ ସଂଖ୍ୟା ୩୬୧ରେ ପହଞ୍ଚିଲା । ଆହୁରି ବଢ଼ିପାରେ। ଏବେ ବି ୨୫୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ମେଡିକାଲରେ ୫୫୮ ଜଣ ଚିକିତ୍ସିତ ହେଉଛନ୍ତି। ରେସକ୍ୟୁ ଅପରେସନ୍ ଯେତିକି ବଢ଼ୁଛି, ମାଟି ତଳୁ ସେତିକି ଉଦ୍ଧାର ହେଉଛି ମୃତଦେହ। ବଡ଼ବଡ଼ ପଥର ଖଣ୍ଡ ତଳୁ ଜୀବନ ବି ଉଦ୍ଧାର ହେଉଛି। ବେଲି ବ୍ରିଜ୍ କାର୍ଯ୍ୟକ୍ଷମ ହେବା ପରେ ଶୁକ୍ରବାର ଠାରୁ ତ୍ବରାନ୍ବିତ ହୋଇଛି ଉଦ୍ଧାରକାର୍ଯ୍ୟ। ଉଦ୍ଧାରକାରୀ ଦୁର୍ଗମ ସ୍ଥାନରେ ପହଞ୍ଚି ପାରୁଛନ୍ତି। ଧ୍ବଂସସ୍ତୁପ ତଳୁ ଖୋଜା ଚାଲିଛି ଜୀବନ। ୧୩୦୦ରୁ ଅଧିକ ଉଦ୍ଧାରକାରୀ ନିୟୋଜିତ ଅଛନ୍ତି। ସ୍ବେଛାସେବୀମାନେ ଏଥିରେ ସାମିଲ ଅଛନ୍ତି।

ୱାୟନାଡ଼ରୁ ପି. ହେମନ୍ତଙ୍କ ରିପୋର୍ଟ

Related Articles

Leave a Reply

Your email address will not be published. Required fields are marked *

Back to top button