ଦେଶ

କିଛିଦିନ ପରେ ପଡିଥାନ୍ତା ହାତଗଣ୍ଠି; ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ! – Ibnodisha

[ad_1]

ବେଙ୍ଗାଲୁରୁବିବାହ ପାଇଁ ବର ଠିକ ହୋଇ ସାରିଥିଲା । ନିର୍ବନ୍ଧରେ ମୁଦି ପିନ୍ଧାପିନ୍ଧି ମଧ୍ୟ ଶେଷ ହୋଇଥିଲା । ଆଉ ଦିନ କେଇଟା ପରେ ପଡ଼ିଥାନ୍ତା ହାତଗଣ୍ଠି । ଜୀବନ ସାଥୀଙ୍କୁ ନେଇ ଅନେକ ସ୍ବପ୍ନ ମଧ୍ୟ ଦେଖିଥିଲେ ଯୁବତୀ । କିନ୍ତୁ ଜୀବନର ଆଉ ଏକ ଅଧ୍ୟାୟ ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଗଲା ସବୁକିଛି । ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କଲେ ଯୁବକ । ଏଭଳି ହତ୍ୟାକାଣ୍ଡ ଘଟିଛି କର୍ଣ୍ଣାଟକର ୟାଦଗିରିରେ । ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ତେବେ କେଉଁ କାରଣରୁ ଯୁବତୀଙ୍କୁ ହତ୍ୟା କଲା ଅଭିଯୁକ୍ତ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ତଦନ୍ତ ଜାରି ରହିଥିବା ବେଳେ ଆଗକୁ ସତ ସାମ୍ନାକୁ ଆସିବ । ସୂଚନା ଅନୁଯାୟୀ, ମୃତ ଯୁବତୀଙ୍କ କିଛିଦିନ ତଳେ ନିର୍ବନ୍ଧ ସରିଥିଲା। ଆଉ କିଛି ଦିନ ପରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ । ଗତ ସେପ୍ଟେମ୍ବର 9 ତାରିଖରେ କାଞ୍ଚାଗରାହଲ୍ଲୀ କ୍ରସ୍ ଯୁବତୀ ଜଣଙ୍କ ଯାଇଥିବା ବେଳେ ଏପରି ଘଟଣା ଘଟିଥିଲା ।

ପୀଡିତାଙ୍କ ମୃତଦେହ କ୍ଷତ ବିକ୍ଷତ ଅବସ୍ଥାରେ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏହି ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲା । ତାଙ୍କ ଛାତି ଓ କାନରେ ଆଘାତ ଲାଗିଥିବାରୁ ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ  ସୋମବାର  ତାଙ୍କର ମୃତ୍ୟୁ ହୋଇଛି । ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଯୁବତୀ ଜଣଙ୍କ ଅସହାୟ ହୋଇଥିବା ବେଳେ ସେ ଜଣେ ସମ୍ପର୍କୀୟ ଭାଇଙ୍କ ଘରେ ରହୁଥିଲେ। ତେବେ କେଉଁ କାରଣରୁ ଯୁବତୀଙ୍କୁ ହତ୍ୟା କରାଯାଇଛି ତାହା ଅସ୍ପଷ୍ଟ ରହିଛି। ପ୍ରେମ ଜନିତ କାରଣ ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ଗତ ମେ’ ମାସ 31 ତାରିଖରେ ବିହାରର ସୀତାମଢ଼ିରେ ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ବିବାହ ପ୍ରସ୍ତାବରେ ମନା କରିବାରୁ ଯୁବତୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିଲା ପ୍ରେମିକ । ଛୁରୀରେ 12 ଥର ଆକ୍ରମଣ କରିବାରୁ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ଅଭିଯୁକ୍ତ ଯୁବକକୁ ପୋଲିସ ଗିରଫ କରିଥିଲା । ପ୍ରେମ ସମ୍ପର୍କରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଥିଲା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button