ଦେଶ

ଲାଗୁହେଲା କଠୋର ନିୟମ; ପାଣି ନଷ୍ଟ କଲେ ଗଣିବେ ଫାଇନ୍‌ – Ibnodisha

[ad_1]

ବେଙ୍ଗାଲୁରୁ : ଲାଗୁହେଲା କଠୋର ନିୟମ । ପାଣି ନଷ୍ଟ କଲେ କଠୋର ଦଣ୍ଡବିଧାନ ସହ ଦେବାକୁ ପଡ଼ିବ ଫାଇନ୍ । ଦିନକୁ ଦିନ ସାରା ଦେଶରେ କେଉଁଠି ନା କେଉଁଠି ଜଳସଙ୍କଟ ବଢ଼ି ବଢ଼ି ଚାଲିଛି । ଖରା ହେଉ କି ବର୍ଷା ପାଟି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । ସହର ଓ ଗ୍ରାମାଞ୍ଚଳକୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଯୋଗାଣ ପାଇପରୁ ଅନବରତ ପାଣି ଚାଲୁଥିବା ଦେଖାଯାଉଛି । ତେବେ ପାନୀୟ ପାଣିର ଅପଚୟକୁ ରୋକିବା ପାଇଁ ବେଙ୍ଗାଲୁରୁର ଏକ ହାଉସିଂ ସୋସାଇଟି ଏକ କଠୋର ନିୟମ ଲାଗୁ କରିଛି । ଜଳ ନଷ୍ଟ କଲେ ୫ ହଜାର ଟଙ୍କାର ଫାଇନ୍ ଲାଗୁ କରାଯିବ । ଏଥିସହିତ ଏହି କାର୍ଯ୍ୟକୁ ତଦାରଖ କରିବା ପାଇଁ ଜଣେ ସ୍ୱତନ୍ତ୍ର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଜଳ ଅଭାବକୁ ଦୂର କରିବା ପାଇଁ ଦୈନିକ ଯତ୍ନର ସହିତ ଜଳ ବ୍ୟବହାର କରିବାକୁ ବେଙ୍ଗାଲୁରୁର ବିଭିନ୍ନ ହାଉସିଂ ସୋସାଇଟି ପକ୍ଷରୁ ସେଠାକାର ବାସିନ୍ଦାଙ୍କୁ ପରାମର୍ଶ ଦିଆଯାଇଛି । ଏନେଇ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏକ ନୋଟିସ୍ ମଧ୍ୟ ଜାରି କରାଯାଇଛି ।

ହ୍ୱାଇଟଫିଲ୍ଡ ଅଞ୍ଚଳରେ ଥିବା ପାଲମ ମିଡୋଜ ହାଉସିଂ ସୋସାଇଟିକୁ ଗତ ୪ ଦିନ ହେଲା ବେଙ୍ଗାଲୁରୁ ପାନୀୟ ଯୋଗାଣ ଓ ସ୍ୱେରେଜ ବୋର୍ଡ ତରଫରୁ ଜଳ ଯୋଗାଣ କରାଯାଇନାହିଁ । ଆଗାମୀ ଦିନରେ ଏଭଳି ଜଳକଷ୍ଟ ସ୍ଥିତି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେଣୁ ଏଭଳି କଠିନ ସମୟରେ ଜନସାଧାରଣ ପାଣି ବ୍ୟବହାରକୁ ୨୦ ପ୍ରତିଶତ ହ୍ରାସ କରିବାକୁ କୁହାଯାଇଛି । ଯେଉଁମାନେ ୨୦ ପ୍ରତିଶତ କମ୍ ଜଳ ବ୍ୟବହାର ନକରିବେ ସେମାନେ ୫ ହଜାର ଟଙ୍କା ଅତିରିକ୍ତ ଚାର୍ଜ ଦେବେ ବୋଲି କୁହାଯାଇଛି । ଲୋକମାନେ ସଠିକ୍ ଭାବେ ଜଳ ବ୍ୟବହାର କରୁଛନ୍ତି କି ନା ସେନେଇ ତଦାରଖ କରିବାକୁ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ ବୋଲି କୁହାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button