ଦେଶ

ଲେଡି ଡନ୍‌କୁ ବାହା ହେବାକୁ ପାରୋଲରେ ଆସିଲା ଗ୍ୟାଙ୍ଗଷ୍ଟର – Ibnodisha

[ad_1]

ନୂଆଦିଲ୍ଲୀ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ସନ୍ଦୀପ ଓରଫ କାଲା ଜାଥେଡି ବିବାହ କରିବାକୁ ଯାଉଛି । ରାଜସ୍ଥାନର ଲେଡି ଡନ୍ ଅନୁରାଧା ଚୌଧୁରୀକୁ ସେ ବିବାହ କରିବ । ଏନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ଅନୁରାଧାକୁ ଅପରାଧ ଦୁନିଆର ମାଡାମ ମିଞ୍ଜ ବୋଲି କୁହାଯାଏ । ବିବାହ କରୁଛି କହି କାଲା ସନ୍ଦୀପ ଜେଲ୍‌?ରୁ ପାରୋଲରେ ଆସିଛି । ବିବାହ ପାଇଁ ତାକୁ ୧୨ ମାର୍ଚ୍ଚରେ ଦିଲ୍ଲୀରେ ଓ ୧୩ ମାର୍ଚ୍ଚରେ ହରିୟାଣାର ସୋନିପତରେ ଗୃହପ୍ରବେଶ ପାଇଁ ୬ ଘଣ୍ଟାର ପାରୋଲ ମଞ୍ଜୁର କରିଛନ୍ତି କୋର୍ଟ । ଏହି ସମୟ ମଧ୍ୟରେ ବି ସେ ପୋଲିସ ହେଫାଜତରେ ରହିବ । କେନ୍ଦ୍ରୀୟ ଏଜେନ୍ସି ସମେତ ୪ଟି ରାଜ୍ୟର ପୋଲିସ ମଧ୍ୟ ଗ୍ୟାଙ୍ଗଷ୍ଟରଙ୍କ ବିବାହ ଉପରେ ନଜର ରଖିବ । ମାର୍ଚ୍ଚ ୧୨ରେ ସେମାନଙ୍କର ବିବାହ ଦିଲ୍ଲୀରେ ହେବ । ମାର୍ଚ୍ଚ ୧୩ରେ ସେ ସୋନିପତରେ ଘରେ ପ୍ରବେଶ ପାଇଁ ପାରୋଲ ମଧ୍ୟ ପାଇଛି ।

ସନ୍ଦୀପ ଏବଂ ତାର ଗର୍ଲଫ୍ରେଣ୍ଡକୁ ଜୁଲାଇ ୨୦୨୧ ରେ ସାହାରନପୁରରୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗିରଫ କରିଥିଲା । ସନ୍ଦୀପ ଉପରେ ୭ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ତା’ ବିରୋଧରେ ଦିଲ୍ଲୀ, ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନରେ ଅନେକ ମାମଲା ରୁଜୁ ହୋଇଛି । ଲେଡି ଡନ୍ ଅନୁରାଧା ଏକଦା ରାଜସ୍ଥାନର କୁଖ୍ୟାତ ଡନ ଆନନ୍ଦପାଲ ସହ ଜଡିତ ଥିଲା । ଆନନ୍ଦପାଲର ଏନକାଉଣ୍ଟର ପରେ ଅନୁରାଧା ସେହି ଗ୍ୟାଙ୍ଗ ଚଳାଉଥିଲା । ପରେ ଅନୁରାଧା ସନ୍ଦୀପ ସହ କାମ କରିବା ଆରମ୍ଭ କରିଥିଲା । ବର୍ତ୍ତମାନ ଅନୁରାଧା ଜେଲରୁ ବାହାରି ସାରିଛି । ସୋନିପତରେ ସନ୍ଦୀପର ପରିବାର ସହ ରହୁଛି । ୨୦୨୩ରେ ଅନୁରାଧା ଏକ ସାକ୍ଷାତକାରରେ ସ୍ପଷ୍ଟ କରିଦେଇଥିଲା ଯେ ଏବେ ଅପରାଧ ସହ ତାର କୌଣସି ସମ୍ପର୍କ ନାହିଁ, ସେ କେବଳ ଜଣେ ଗୃହିଣୀ ଏବଂ ସନ୍ଦୀପର ଘର ସମ୍ଭାଳୁଛି । ଅନୁରାଧା ଏବେ ସାଧାରଣ ଜୀବନଯାପନ କରୁଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button