ଦେଶ

ଲମ୍ବା ଯୁଦ୍ଧର ଆହ୍ୱାନ ଦେଲେ ନେତାନ୍ୟାହୁ – Ibnodisha

[ad_1]

ବ୍ୟୁରୋ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଆରମ୍ଭ ଯୁଦ୍ଧକୁ ପ୍ରାୟ 14 ଦିନ ହୋଇଗଲାଣି। ଏପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଚାଲିଥିବା ଆକ୍ରମଣରେ ପ୍ରାୟ ୫୦୦୦ ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲରେ ହମାସ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୧୪୦୦ରୁ ଅଧିକ ହୋଇଥିବା ବେଳେ ଅନ୍ୟପକ୍ଷରେ ଗାଜା ଷ୍ଟ୍ରିପରେ ହୋଇଥିବା ବିସ୍ଫୋରଣରେ ୩୫୦୦ ଜଣଙ୍କର ମୃତ୍ୟୁ ହୋଇଛି। ଏଥିମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଙ୍କ ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଗୁରୁବାର ଦିନ ଇସ୍ରାଏଲରେ ପହଞ୍ଚି ଥିଲେ । ଏହାସହ ବ୍ରିଟେନ ଇସ୍ରାଏଲର ନିଜକୁ ରକ୍ଷା କରିବା ଏବଂ ହମାସ ବିରୋଧରେ ଲଢିବାବୁ ଇସ୍ରାଏଲର ଅଧିକାରଙ୍କୁ ସମର୍ଥନ କରିବ ବୋଲି ଋଷି ସୁନକ କହିଛନ୍ତି । ନେତାନ୍ୟାହୁଙ୍କ ସହ ଏକ ସମ୍ମିଳନୀରେ ସୁନକ କହିଛନ୍ତି, ଇସ୍ରାଏଲକୁ ବ୍ରିଟେନର ସମର୍ଥନ ଜଣାଇବା ପାଇଁ ମୁ ଏଠାରେ ଆସିଛି । ମୁଁ ବ୍ରିଟିଶ ଲୋକଙ୍କ ତରଫରୁ ଆମର ଗଭୀର ସମବେଦନା ଜଣାଇବାକୁ ଚାହୁଁଛି ଏବଂ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଆମେ ନିଜକୁ ରକ୍ଷା କରିବାକୁ ଜାରି ରଖିଛୁ ବୋଲି ଇସ୍ରାଏଲର ଅଧିକାରକୁ ଆମେ ସମ୍ପୂର୍ଣ୍ଣ ସମର୍ଥନ କରୁଛୁ। ଏବେ ଇସ୍ରାଏଲକୁ ବାଇଡେନ ଏବଂ ସୁନକଙ୍କର ସମର୍ଥନ ମିଳି ସାରିଛି । ଏଥିପାଇଁ ଲମ୍ବା ଯୁଦ୍ଧର ଆହ୍ୱାନ ଦେଲେ ନେତାନ୍ୟାହୁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button