ଦେଶ

ସରିଲା ୫୪ ରାଜ୍ୟସଭା ସାଂସଦଙ୍କ କାର୍ୟ୍ୟକାଳ – Ibnodisha

[ad_1]

ନୂଆଦିଲ୍ଲୀ:ସରିଲା ସଂସଦର ଉଚ୍ଚ ସଦନର ୫୪ ସଦସ୍ୟଙ୍କ କାର୍ୟ୍ୟକାଳ । ଏମାନଙ୍କ ମଧ୍ୟରୁ କିଛି ନେତା ଆଉ ପୁଣିଥରେ ରାଜ୍ୟସଭାକୁ ଫେରିବେ ନାହିଁ। ଏହି ନେତାଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ସାମିଲ ଅଛନ୍ତି। ତାଙ୍କର ଦୀର୍ଘ ୩୩ ବର୍ଷର ସଂସଦୀୟ କାର୍ୟ୍ୟକାଳ ବୁଧବାର ଶେଷ ହେଉଛି। ତେବେ ତାଙ୍କ ସ୍ଥାନରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ଯାଉଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ତାଙ୍କ କାର୍ୟ୍ୟକାଳ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିଲେ। ଅର୍ଥନୀତିକୁ ସୁଧାରି ଥିଲେ। ସେ ପ୍ରଥମ ଥର ପାଇଁ ୧୯୯୧ ଅକ୍ଟୋବରରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ନରସିଂହ ରାଓଙ୍କ ସରକାରରେ ୧୯୯୧ରୁ ୧୯୯୬ ପର୍ୟ୍ୟନ୍ତ ମନମୋହନ ଅର୍ଥମନ୍ତ୍ରୀ ରହିଥିଲେ। ୨୦୦୪ରୁ ୨୦୧୪ ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ। ମନମୋହନଙ୍କ ବ୍ୟତୀତ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ପଶୁ ସମ୍ପଦ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା, ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ବୈଦେଶିକ ବ୍ୟପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ, ଏମଏସଏମଇ ମନ୍ତ୍ରୀ ନାରାୟଣ ରାଣେ ଏବଂ ସୂଚନା ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ ମୁରୁଗନଙ୍କ କାର୍ୟ୍ୟକାଳ ଆଜି ଶେଷ ହୋଇଛି। ସେହିପରି ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ କାର୍ୟ୍ୟକାଳ ବୁଧବାର ଶେଷ ହେବ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button