ଆଇପିଏଲ୍ ୨୦୨୪: ଆର୍ସିବିକୁ ହରାଇଲା ଏଲ୍ଏସ୍ଜି – Ibnodisha

[ad_1]
ବେଙ୍ଗାଲୁରୁ : ଆଇପିଏଲ୍ ୨୦୨୪ର ୧୫ତମ ମ୍ୟାଚ୍ରେ ବେଙ୍ଗାଲୁରୁକୁ ୨୮ ରନ୍ରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ । ଦ୍ବିତୀୟ ପାଳିରେ ୧୮୧ ରନ୍ର ଲକ୍ଷ୍ୟକୁ ପିଛାକରି ଧାର୍ଯ୍ୟ ୨୦ ଓଭରରେ ୧୦ ୱିକେଟ ହରାଇ ୧୫୩ ରନ୍ କରି ପରାସ୍ତ ହୋଇଛି । ବେଙ୍ଗାଲୁରୁ ପକ୍ଷରୁ ମହିପାଲ ଲୋମର ୩୩ ରନ୍ କରିଥିବା ବେଳେ ରଜତ ପାଟିଦାର ୨୯ ରନ୍ ଓ ବିରାଟ କୋହଲି ୨୨ ରନ୍ କରିଥିଲେ କିନ୍ତୁ ମ୍ୟାଚକୁ ଜିତି ପାରିନଥିଲେ । ଅନ୍ୟପଟେ ଲକ୍ଷ୍ନୌ ପକ୍ଷରୁ ମୟାଙ୍କ ଯାଦବ ୩ଟି ୱିକେଟ ନେଇଥିବା ବେଳେ ନବୀନ-ଉଲ୍-ହକ୍ ୨ଟି ୱିକେଟ ନେଇଥିଲେ । ସେହିପରି ମଣିମାରନ୍ ସିଦ୍ଧାର୍ଥ, ୟଶ ଠାକୁର, ମାର୍କସ୍ ଷ୍ଟୋଇନିସ୍ ୧-୧ ୱିକେଟ ନେଇ ଟିମ୍କୁ ବିଜୟ ଦେଇଥିଲେ । ଏହି ବିଜୟ ସହ ଲକ୍ଷ୍ନୌ ୪ ଅଙ୍କ ସଂଗ୍ରହ ମରି ଟେବୁଲ ତାଲିକାରେ ୪ର୍ଥରେ ରହିଛି । ପ୍ରଥମ ପାଳିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ଫାପ୍ ଡି ଫ୍ଲାସିସ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଅଧିନାୟକ ନିକୋଲସ ପୁରନଙ୍କ ନେତୃତ୍ବରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଧାର୍ଯ୍ୟ ୨୦ ଓଭରରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ୫ ୱିକେଟ ହରାଇ ୧୮୧ ରନ୍ କରିଛି। ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ବିଜୟ ଲକ୍ଷ୍ୟ ୧୮୨ ରନ୍ ରହିଛି। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ପକ୍ଷରୁ କ୍ବିଣ୍ଟନ ଡି କକ୍ ୫୬ ବଲ୍ରେ ୮୧ ରନ୍ର ତୋଫାନୀ ଇନିଂସ୍ ଖେଳି ଥିବାବେଳେ କେଏଲ ରାହୁଲ ୧୪ ବଲ୍ରେ ୨୦ ରନ୍, ମାର୍କୋସ୍ ଷ୍ଟୋନିସ୍ ୧୫ ବଲ୍ରେ ୨୪ ରନ୍, ନିକୋଲସ୍ ପୁରନ୍ ବଲ୍ରେ ରନ୍ କରିଥିଲେ।
The post ଆଇପିଏଲ୍ ୨୦୨୪: ଆର୍ସିବିକୁ ହରାଇଲା ଏଲ୍ଏସ୍ଜି appeared first on ONA KHABAR.
[ad_2]