ଖେଳ

ବ୍ୟାଡ୍‌ମିଣ୍ଟନ୍‌: କ୍ୱାର୍ଟର୍‌ରେ ଚିରାଗ-ସାତ୍ତ୍ୱିକସାଇରାଜ୍‌ – Ibnodisha

[ad_1]

ଚିରାଗ ସେଟ୍ଟୀ ଓ ସାତ୍ତ୍ୱିକ୍‌ସାଇରାଜ୍ ରାଙ୍କିରେଡ୍ଡୀଙ୍କ ଭାରତୀୟ ଯୋଡ଼ି ବୁଧବାର ଚଳିତ ଏସିଆନ୍ ଗେମ୍ସର ବ୍ୟାଡ୍‌ମିଣ୍ଟନ୍‌ର ପୁରୁଷ ଡବଲ୍ସ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ବିଶ୍ୱର ନଂ.୩ ଯୋଡ଼ି ଚମତ୍କାର ପ୍ରଦର୍ଶନ କରି ୮୪ ମିନିଟ୍‌ର ରୋମାଞ୍ଚଳ ମ୍ୟାଚ୍‌ରେ ଇଣ୍ଡୋନେସିଆର ଲିଓ ରୋଲି କାର୍ନାଣ୍ଡୋ ଏବଂ ଦାନିଏଲ୍ ମାର୍ଥୀନ୍‌ଙ୍କ ୨୪-୨୨, ୧୬-୨୧, ୨୧-୧୨ରେ ହରାଇ ଦେଇଛନ୍ତି । ଇତିମଧ୍ୟରେ ଦୁଇଥରର ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁ ଏବଂ ବିଶ୍ୱ ଚାମ୍ପିଅନ୍‌ଶିପ୍ ବ୍ରୋଞ୍ଜ୍ ବିଜେତା ଏଚ୍‌ଏସ୍ ପ୍ରଣୟ ସିଧା ଗେମ୍‌ର ସହଜ ବିଜୟ ହାସଲ କରି ଯଥାକ୍ରମେ ମହିଳା ଏବଂ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି ।

ପ୍ରିକ୍ୱାର୍ଟର୍‌ରେ ସିନ୍ଧୁ ଇଣ୍ଡୋନେସିଆର ପୁତ୍ରୀ କୁସୁମା ୱାର୍ଦାନୀଙ୍କୁ ୨୧-୧୬, ୨୧-୧୬ରେ ହରାଇଥିବା ବେଳେ କ୍ୱାର୍ଟର୍ ଫାଇନାଲ୍‌ରେ ଚୀନ୍‌ର ହି ବିଙ୍ଗ୍‌ଜିଆଓଙ୍କୁ ଭେଟିବେ । ସେହିପରି ପ୍ରଣୟ କଜାଖ୍‌ସ୍ତାନର ଦିମିତ୍ରୀ ପାନାରିନ୍‌ଙ୍କୁ ୨୧-୧୨, ୨୧-୧୩ରେ ହରାଇ ଦେଇଥିଲେ । ତେବେ କିଦାମ୍ବୀ ଶ୍ରୀକାନ୍ତ ପରାଜୟର ସମ୍ମୁଖୀନ ହୋଇଛନ୍ତି । ସେ ଜାପାନର ବିଶ୍ୱ ଚାମ୍ପିଅନ୍‌ଶିପ୍ ରୌପ୍ୟ ବିଜେତା କୋଦାଇ ନ।।ରାଓକାଙ୍କଠାରୁ ୧୬-୨୧, ୧୭-୨୧ରେ ହାରିଯାଇ ବିଦାୟ ନେଇଛନ୍ତି ।

The post ବ୍ୟାଡ୍‌ମିଣ୍ଟନ୍‌: କ୍ୱାର୍ଟର୍‌ରେ ଚିରାଗ-ସାତ୍ତ୍ୱିକସାଇରାଜ୍‌ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button