ଖେଳ

ବିଶ୍ୱକପ୍ ଖେଳିବେନି ଏବାଦତ୍ ହୋସେନ୍‌ – Ibnodisha

[ad_1]

ଢ଼ାକା: ବାଂଲାଦେଶ ଦ୍‌୍ରୁତ ବୋଲର ଏବାଦତ୍ ହୋସେନ୍ ଆସନ୍ତା ୨୦୨୩ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ଖେଳିପାରିବେନି । ଆଣ୍ଠୁରେ ଗୁରୁତର ଯନ୍ତ୍ରଣାଯୋଗୁଁ ସେ ବିଶ୍ୱକପ୍ ପାଇଁ ଚୟନ ପକ୍ରିୟାରେ ସାମିଲ ହୋଇପାରିବେନି ବୋଲି ବାଂଲାଦେଶ କ୍ରିକେଟ୍ ବୋର୍ଡର ମୁଖ୍ୟ ଚୟନକର୍ତ୍ତା ମିହ୍ନାଜୁଲ ଆବେଡିନ୍ ବୁଧବାର ପ୍ରକାଶ କରିଛନ୍ତି । ୨୯ ବର୍ଷୀୟ ଏବାଦତ୍ ଦିନିକିଆ ପ୍ରଦାର୍ପଣ ପରେ ୧୨ଟି ମ୍ୟାଚ୍ ଖେଳିଛନ୍ତି । କିନ୍ତୁ ପ୍ରଦାର୍ପଣଠାରୁ ତାଙ୍କ ପ୍ରଦର୍ଶନ ସର୍ବଦା ଉଚ୍ଚକୋଟୀର ରହିଥିଲା ।

ଏପରିକି ସେ ଚଳିତ ଏସିଆ କପ୍ ପାଇଁ ମଧ୍ୟ ଦଳରେ ସାମିଲ ହୋଇଥିଲେ । ଆଣ୍ଠୁ ଯନ୍ତ୍ରଣା ଗୁରୁତର ଜଣାପଡିବାରୁ ତାଙ୍କ ସ୍ଥାନରେ ତଞ୍ଜିମ ସକିବଙ୍କୁ ଦଳରେ ସ୍ଥାନ ମିଳିଥିଲା । ବିଶ୍ୱକପ୍ ବେଳକୁ ସେ ସୁସ୍ଥ ହୋଇଯିବେ ବୋଲି ବାଂଲା କ୍ରିକେଟ୍ ବୋର୍ଡ ଆଶା କରିଥିଲା । ଆଣ୍ଠୁରେ ଅସ୍ତ୍ରୋପ୍ରଚାର କରାଯିବ ବୋଲି ଜଣାପଡିବା ପରେ ଏବାଦତ୍ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବେନି ବୋଲି ନିଶ୍ଚିତ ହୋଇଛି । ବିଶ୍ୱକ୍‌ପ୍ ପାଇଁ ବାଂଲାଦେଶର ଅଧିନାୟକ ରହିଥିବା ସକିବ ଅଲ୍ ହସନ୍ କହିଛନ୍ତି କି, ଏବାଦତ୍ ଦଳର ଜଣେ ମୁଖ୍ୟ ଖେଳାଳି । ଏବେ ତାଙ୍କ ଅନୁପସ୍ଥିତି ଆମ ପାଇଁ ବିଶ୍ୱକପ୍‌ରେ ବଡ କ୍ଷତି । ସେ ଏବେ ଆମ ଦଳର ସବୁଠାରୁ ଦ୍ରୁତ ବୋଲର । ତାଙ୍କ ଅନୁମସ୍ଥିତିରେ ବୋଲିଂ ଲାଇନ୍‌ରେ ପରିବର୍ତ୍ତନ କରି ମ୍ୟାଚ୍ ଖେଳିବୁ । ମୁଖ୍ୟତଃ ସେ ମଧ୍ୟମକ୍ରମରେ ବୋଲିଂ କରୁଥିବାରୁ ତସ୍କିନ୍ ଅହମ୍ମଦ ଓପନିଂ କରିଥାନ୍ତି । ଏବେ ଏହା ଆମପାଇଁ ନୂଆ ସମସ୍ୟା ସୃଷ୍ଟି କରିବ ନିଶ୍ଚିତ ବୋଲି ସକିବ କହିଛନ୍ତି ।

The post ବିଶ୍ୱକପ୍ ଖେଳିବେନି ଏବାଦତ୍ ହୋସେନ୍‌ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button