ଅପରାଧ

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ – Ibnodisha

[ad_1]

ଫୁଲବାଣୀ: ସଦର ଥାନା ଅଞ୍ଚଳରେ ସଂଘଟିତ ଏକ ନାବାଳିକା କୁକର୍ମ ମାମଲାର ଶୁଣାଣୀ କରି ଆଜି ଫୁଲବାଣୀ ପୋକସୋ ଅଦାଲତ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡ ଆଦେଶ ଦେଇଛନ୍ତି । ଏଥିସହ ଅଭିଯୁକ୍ତକୁ ୨୨ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ଦୋଷୀକୁ ଅଧିକ ୬ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ଟାଉନ ଥାନା ଅଞ୍ଚଳର ଗଣେଶ ପ୍ରଧାନ । ସୂଚନା ଅନୁଯାୟୀ, ସଦର ଥାନା ଅଞ୍ଚଳର ନାବାଳିକା ଜଣକ ଗତ ୨୦୨୧ ମସିହା ମାର୍ଚ୍ଚ ୨ ତାରିଖ ଦିନ ଫୁଲବାଣୀରେ ରହୁଥିବା ତାଙ୍କ ମାଉସୀଙ୍କ ଘରକୁ ଆସିଥିଲେ ।

ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ରକୁ ସେ ଯାଇଥିବା ସମୟରେ ଅଭିଯୁକ୍ତ ଗଣେଶ ସହ ତାଙ୍କର ଦେଖା ହୋଇଥିଲା । ଗଣେଶ ତାଙ୍କୁ ଭଲ ପାଉଛି ଓ ବିବାହ କରିବି କହି ମୁଣ୍ଡିଆ ସାହିରେ ଥିବା ଘରକୁ ନେଇ ଯାଇଥିଲା । ପରେ ସେଠାରୁ ନେଇ ସଦର ଥାନା ଅନ୍ତର୍ଗତ ସାରତାଗୁଡାଠାରେ ରଖିବା ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ମଧ୍ୟ ଝିଅକୁ ପାଇ ନ ଥିଲେ । ପରେ ୧୭ ତାରିଖ ଦିନ ସେ ସାରତାଗୁଡାଠାରେ ଥିବା ଖବର ମିଳିଥିଲା ।

ଏହାପରେ ପରିବାର ପକ୍ଷରୁ ସଦର ଥାନାରେ ଏତଲା ଦିଆ ଯାଇଥିଲା । ପୁଲିସ ଚଢାଉ କରି ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା । ଏ ନେଇ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା । ଆଜି ଏହି ମାମଲାର ବିଚାର କରି ପୋକସୋ ଅଦାଲତ ବିଚାରପତି ସଞ୍ଜିତ କୁମାର ବେହେରା ୧୪ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଆଧାରରେ ଉପରୋକ୍ତ ରାୟ ଶୁଣାଇଛନ୍ତି । ଏଥିସହ ପିଡିତାଙ୍କୁ ୬ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ମାମଲାକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button