ଅପରାଧ

ରାତିରେ ବେଆଇନ ବାଲି ଚାଲାଣ : ୮ ହାଇୱା ଜବତ – Ibnodisha

[ad_1]

କଟକ: ବୟାଳିଶମୌଜା ଥାନା ଅନ୍ତର୍ଗତ କାଠଯୋଡି ନଦୀର ଶ୍ରୀରାମ ଗ୍ରାମ ନିକଟରୁ ରାତିରେ ବେଆଇନ ଭାବେ ବାଲି ଉଠାଇବା ଅଭିଯୋଗରେ ପୁଲିସ ୮ ଟି ହାଇଓା୍ୱ । ଜବତ କରଛି । ପୁଲିସ ସୂତ୍ରରୁ ପ୍ରକାଶ ମଙ୍ଗଳବାର ରାତିରେ ବେଆଇନ ଭାବେ ବାଲି ଉଠାଉଥିବା ଖବର ପାଇ କଟକସଦର ବ୍ଲକ କଂଗ୍ରେସ ସଭାପତି ରାମଚନ୍ଦ୍ର ଗୋଚ୍ଛାୟତଙ୍କ ନେତୃତ୍ୱରେ ଦୁର୍ଗା ଶଙ୍କର ଦାଶ, ହାଡିବନ୍ଧୁ ସାହୁ, ଦୁର୍ଗା ଚରଣ ପ୍ରଧାନ, ୠଷି କାଣ୍ଡି , ପ୍ରଭାତ ଦାଶ,ସୁରେନ୍ଦ୍ର ନାୟକ, ଭାଗବତ ପତି ଓ ଅନିଲ ଭୋଇ ପ୍ରମୁଖ ସେଠାରେ ପହଞ୍ଚି ହାଇୱା ଗାଡ଼ିଗୁଡ଼ିକୁ ଅଟକାଇଥିଲେ । ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଗୁଡ଼ିକୁ ଥାନାକୁ ଆଣିଥିଲେ । କଟକସଦର ବ୍ଲକ୍ କଂଗ୍ରସ କମିଟି ସଭାପତି ଶ୍ରୀ ଗୋଚ୍ଛାୟତ ଏକ ପ୍ରେସ୍ ଇସ୍ତାହାରେର କହିଛନ୍ତି ଯେ ଯଦି ଯଥାଶୀଘ୍ର ବ୍ରହ୍ମପୁର ମୌଜାସ୍ଥ ବାଲିଘାଟର ସୀମା ନିଦ୍ଧାର୍ରଣ କରାନଯାଏ ,ଜବରଦସ୍ତ ଶ୍ରୀରାମ ରାଜସ୍ୱ ମୌଜାରୁ ବାଲି ଉଠାଣ କରାଯାଏ ତେବେ ବ୍ଳକ୍ କେଂଗ୍ରସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖେର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button