ଅପରାଧ

‘ୟୁଟ୍ୟୁବର୍‌’ଙ୍କ ‘ସିସିଟିଭି’ ହ୍ୟାକ୍‌ କରି ନଗ୍ନ ଭିଡିଓକୁ ଭାଇରାଲ୍‌ କଲା ହ୍ୟାକର – Ibnodisha

[ad_1]

ମୁମ୍ବାଇ : ଏକାଧିକ ସାମାଜିକ ଗଣମାଧ୍ୟମରେ ତାଙ୍କ ନଗ୍ନ ରେକର୍ଡିଙ୍ଗ୍‌ ସବୁ ସେୟାର୍‌ କରାଯାଉଥିବା କଥା ଜାଣିବା ପରେ ମୁମ୍ବାଇର ଜଣେ ‘ୟୁଟ୍ୟୁବର୍‌’ ଥାନାରେ ଅଭିଯୋଗ କରିଥିବା କଥା ‘ଟାଇମସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି। ଉକ୍ତ ୨୧ ବର୍ଷିୟ ‘ୟୁଟ୍ୟୁବର୍‌’ଙ୍କ ପଶ୍ଚିମ ବାନ୍ଦ୍ରା ଅନ୍ତର୍ଗତ ଆପାର୍ଟମେଣ୍ଟ୍‌ରେ ଲାଗିଥିବା ‘ସିସିଟିଭି’କୁ ଜଣେ ଅଜ୍ଞାତ ବ୍ୟକ୍ତି ହ୍ୟାକ୍‌ କରି ‘ଫୁଟେଜ୍‌’ ନେଇଥିବା କଥା ଜଣାପଡ଼ିବା ପରେ ସୋମବାର ଦିନ ବାନ୍ଦ୍ରା ଥାନାରେ ମାମଲା ରୁଜୁ କରାଯାଇଛି। ଘରେ ଲାଗିଥିବା  ‘ସିସିଟିଭି’ରେ ସେ ‘ୟୁଟ୍ୟୁବର୍‌’ଙ୍କ ନଗ୍ନ ଭିଡିଓ ଉତ୍ତୋଳିତ ହୋଇଯାଇଥିଲା। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିଡିଓରେ ଦେଖାଯାଉଛି ଯେ, ଉଲଗ୍ନ ଅବସ୍ଥାରେ ‘ୟୁଟ୍ୟୁବର୍‌’ ବାଥ୍ରୁ‌ମ୍‌ରୁ ଆସୁଥିବା ବ‌େଳେ ତାଙ୍କ ମାଆ ଓ ଭଉଣୀ ତାଙ୍କୁ ଦେଖୁଛନ୍ତି। ନଭେମ୍ବର ୧୭ ତାରିଖରେ ଘଟିଥିବା ଏହି ଘଟଣାକୁ ‘ସିସିଟିଭି’ ସିଷ୍ଟମ୍‌ ହ୍ୟାକ୍‌ କରି ଅଜ୍ଞାତ ହ୍ୟାକର୍‌ ନେଇଯାଇଛନ୍ତି। ଉକ୍ତ ହ୍ୟାକର୍‌ଙ୍କୁ ଚିହ୍ନଟ କରିବା ଲାଗି ସମ୍ପ୍ରତି ବାନ୍ଦ୍ରା ପୁଲିସ ସାଇବର୍‌ ଟିମ୍‌ ସହାୟତାରେ ତାଙ୍କ ‘ଇଣ୍ଟର୍‌ନେଟ୍‌ ପ୍ରୋଟୋକଲ୍‌ (ଆଇପି) ଆଡ୍ରେସ୍‌ ଓ ପରିଚୟ ପାଇବାକୁ ଉଦ୍ୟମ କରୁଛି। ‘ଇନ୍‌ଷ୍ଟାଗ୍ରାମ୍‌’, ‘ଟେଲିଗ୍ରାମ୍‌’ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ନେଟ୍‌ୱାର୍କଗୁଡ଼ିକରୁ ସେ ଭିଡିଓକୁ ଡିଲିଟ୍‌ କରିବା ଲାଗି ମଧ୍ୟ ଅନୁରୋଧ କରାଯାଇଛି। ଶନିବାର ଦିନ ଜଣେ ବନ୍ଧୁଙ୍କଠାରୁ ଫୋନ୍‌ କଲ୍‌ ପାଇବା ପରେ ‘ୟୁଟ୍ୟୁବର୍‌’ଜଣକ ତାଙ୍କ ନଗ୍ନ ଭିଡିଓ ଭାଇରାଲ୍‌ ହୋଇଥିବା କଥା ଜାଣିବାକୁ ପାଇଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button