ଅପରାଧ

୧୭ ବର୍ଷୀୟ ନାବାଳିକା ସହିତ ମିତ୍ରତା କରି ଦୁଷ୍କର୍ମ କଲା ୨୩ ବର୍ଷିୟ ଯୁବକ – Ibnodisha

[ad_1]

ଥାନେ: ଦୁଷ୍କର୍ମ କରି ଜଣେ ୧୭ ବର୍ଷୀୟ ବାଳିକାକୁ ଅନ୍ତଃସତ୍ତ୍ବା କରିବା ଓ ତାକୁ ଜୀବନ ହାରିବା ପାଇଁ ବିବଶ କରିଥିବା ଜଣେ ୨୩ ବର୍ଷିୟ ଯୁବକଙ୍କୁ ମୁମ୍ବାଇ ଉପନଗରୀରୁ ଗିରଫ କରାଯାଇଥିବା କଥା ଆଜି ପୁଲିସ କହିଛି।ବାଳିକାର ମାଆ କରିଥିବା ଅଭିଯୋଗ ଆଧାରରେ ଶୁକ୍ରବାର ଦିନ ପୁଲିସ ଅଭିଯୁକ୍ତ ଯୁବକଙ୍କୁ ମୁମ୍ବାଇ ଉପନଗରୀ ଗୋବନ୍ଦୀ ଅଞ୍ଚଳରୁ ଗିରଫ କରିଥିବା କଥା ନୟି ମୁମ୍ବାଇ ଅନ୍ତର୍ଗତ କୋପାର୍‌ଖୈରେନ୍‌ ଥାନାର ଜଣେ ଅଧିକାରୀ କହିଛନ୍ତି।

ଅଭିଯୁକ୍ତଙ୍କ ନାଁରେ ‘ଆଇପିସି’ ଧାରା ୩୦୫, ୩୭୬ ଏବଂ ‌‘ପୋକ୍‌ସୋ’ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା କଥା ସେ କହିଛନ୍ତି। ଅଭିଯୋଗକାରିଣୀ କହିଛନ୍ତି, ନାବାଳିକା ବୋଲି ଜାଣି ସୁଦ୍ଧା ଅଭିଯୁକ୍ତ ତା’ ସହିତ ମିତ୍ରତା କରି ବାରମ୍ବାର ଦୁଷ୍କର୍ମ କରିବାରୁ ସେ ଅନ୍ତଃସତ୍ତ୍ବା ହୋଇଥିଲା। ଏଥିରେ ବିବ୍ରତ ହୋଇ ନଭେମ୍ବର ୨୮ ତାରିଖ ଦିନ ଘର ଭିତରପଟ ଛାତରେ ଫାଶୀ ଦେଇ ଝିଅ ଜୀବନ ହରାଇଥିଲା। ଘଟଣାର ତଦନ୍ତ ଚାଲିଥିବା କଥା ପୁଲିସ କହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button