ଝିଅକୁ ମାରି ରେଳଧାରଣାରେ ଫିଙ୍ଗିଲେ ବାପା – Ibnodisha

[ad_1]

ଅମୃତସର: ପଞ୍ଜାବର ଅମୃତସର ଜିଲ୍ଲାରେ ଝିଅକୁ ହତ୍ୟା କରିବା ପରେ ଜଣେ ବ୍ୟକ୍ତି ତା’ର ଶବକୁ ବାଇକ୍ରେ ବାନ୍ଧି ରାସ୍ତାରେ ଘୋଷାରି ଘୋଷାରି ନେଇ ରେଳଧାରଣା ଉପରେ ଫିଙ୍ଗିଥିବା କଥା ଗୁରୁବାର ଦିନ ପୁଲିସ କହିଛି। ଗୁରୁବାର ଘଟିଥିବା ଏହି ଘଟଣାର ଭିଡିଓ ‘ସିସିଟିଭି’ କ୍ୟାମେରାରେ ମଧ୍ୟ ଉତ୍ତୋଳିତ ହୋଇଛି। ଚରିତ୍ରକୁ ସନ୍ଦେହ କରି ଅଭିଯୁକ୍ତ ଝିଅକୁ ହତ୍ୟା କରିଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା କଥା ପୁଲିସ କହିଛି। ପୁଲିସ କହିଛି, ଝିଅଟି ଘରୁ ବାହାରକୁ ଯାଇଥିଲା। ସେ ଘରକୁ ଫେରିବା ପରେ ବାପା ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ତାକୁ ହତ୍ୟା କରିଛନ୍ତି। କିନ୍ତୁ, ହତ୍ୟା ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ଗଣମାଧ୍ୟମକୁ ଜଣେ ପୁଲିସ ଅଧିକାରୀ କହିଛନ୍ତି, ଆମକୁ ଆହୁରି ମଧ୍ୟ ସୂଚନା ମିଳିଛି ଯେ, ଅଭିଯୁକ୍ତ ତାଙ୍କ ପରିବାର ସଦସ୍ୟମାନଙ୍କୁ ଘର ଭିତରେ ବନ୍ଦ କରି ରଖିବା ସହିତ ହତ୍ୟା କରିବାକୁ ଧମକ ଦେଇଥିଲେ। ଭୟରେ, ସେମାନେ ଘରୁ ବାହାରି ପାରି ନ ଥିଲେ। ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ପୁଲିସ ତଦନ୍ତ ଆରମ୍ଭ କରିଛି। ମୃତ ଝିଅର ଜେଜୀ କହିଛନ୍ତି, ନାତୁଣୀ ଘରୁ ଚାଲିଯାଇଥିଲା ଓ ପୁଣି ଆପେ ଫେରିଆସିଥିଲା। ସେ ଫେରିବା ପରେ ତା’ ବାପ ରାଗରେ ତାକୁ ମାରି ପକାଇଲା।
The post ଝିଅକୁ ମାରି ରେଳଧାରଣାରେ ଫିଙ୍ଗିଲେ ବାପା appeared first on ONA KHABAR.
[ad_2]




