ଅପରାଧ

କୋଟାରେ ଜୀବନ ହାରିଲେ ‘ଆଆଇଟି’ ଆଶାୟୀ ୧୮ ବର୍ଷୀୟ ଛାତ୍ର – Ibnodisha

[ad_1]

କୋଟା : ମଙ୍ଗଳବାର ରାତିରେ ରାଜସ୍ଥାନର କୋଟାରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା କଥା ପୁଲିସ କହିଛି।ସୂଚନାଯୋଗ୍ୟ, ପ୍ରବେଶିକା ପରୀକ୍ଷା ‘ହବ୍‌’ କୋଟାରେ ଏହା ହେଉଛି ଏ ମାସର ୪ର୍ଥ ତଥା ଚଳିତ ବର୍ଷର ୨୨ତମ ଛାତ୍ର ଆତ୍ମହତ୍ୟା ଘଟଣା।ଗତରାତିରେ ଜୀବନ ହରାଇଥିବା ୧୮ ବର୍ଷିୟ ଛାତ୍ର ହେଉଛନ୍ତି ବିହାରର ଗୟା ନିବାସୀ ବାଲ୍ମୀକ ପ୍ରସାଦ ଜାଙ୍ଗିଡ଼। ‘ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି’ରେ (ଆଇଆଇଟି) ନାଁ ଲେଖାଇବା ପାଇଁ ‘ଜଏଣ୍ଟ୍‌ ଏଣ୍ଟ୍ରାନ୍‌ସ୍‌ ଏକ୍ଜାମିନେସନ୍‌- ମେନ୍‌’ ଦେବା ପାଇଁ ସେ ଗୋଟାଏ କୋଚିଙ୍ଗ୍‌ ପ୍ରତିଷ୍ଠାନରେ ଅଧ୍ୟୟନ କରୁଥିଲେ।ସେଥିପାଇଁ ସେ ଗତବର୍ଷରୁ କୋଟାର ମହାବୀର ନଗର ଅଞ୍ଚଳରେ ରହୁଥିଲେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।ମହାବୀର ନଗର ଥାନାର ଷ୍ଟେସନ୍‌ ଅଫିସର୍‌ ପରମଜିତ୍‌ ପଟେଲ୍‌ କହିଛନ୍ତି ଯେ, ମଙ୍ଗଳବାର ରାତିରେ ଥାନାକୁ ସୂଚନା ମିଳିଥିଲା ଯେ, କୋଟାର ମହାବୀର ନଗର ଅଞ୍ଚଳରେ ଜଣେ ତରୁଣ ଛାତ୍ର ଆତ୍ମହତ୍ୟା କରିଛନ୍ତି।ଘଟଣାସ୍ଥଳରେ ପହଞ୍ଚି ପୁଲିସ ତରୁଣ ଛାତ୍ରଙ୍କର ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ। ଏହି ଘଟଣାର ଅଧିକ ତଦନ୍ତ ଚାଲିଛି। ମୃତ ଛାତ୍ର ‘ସୁସାଇଡ୍‌ ନୋଟ୍‌’ ଲେଖି ନ ଥିବା କଥା ପୁଲିସ ଅଧିକାରୀ ପଟେଲ୍‌ କହିଛନ୍ତି।ଦୀର୍ଘ ସମୟ ଧରି ବାଲ୍ମୀକ ଜାଙ୍ଗିଡ଼ କବାଟ ନ ଖୋଲିବାରୁ ଆଖପାଖରେ ବାସ କରୁଥିବା ଛାତ୍ରମାନେ ପୁଲସକୁ ସୂଚନା ଦେଇଥିଲେ।କୋଟାରେ ବାରମ୍ବାର ଛାତ୍ର ଆତ୍ମହତ୍ୟା ଘଟଣା ସମ୍ପ୍ରତି ଚିନ୍ତାର କାରଣ ହୋଇଛି। ଚଳିତ ବର୍ଷ ପ୍ରାୟ ୨୨ଜଣ ଛାତ୍ର କୋଟାରେ ଜୀବନ ହରାଇଲେଣି। ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍‌ଲଟ୍‌ ବି କହିଛନ୍ତି, ପିଲାମାନଙ୍କୁ ଚାପଗ୍ରସ୍ତ କରନ୍ତୁ ନାହିଁ, ସେମାନଙ୍କର ଯାହା ଇଚ୍ଛା ସେମାନଙ୍କୁ ତାହା ହେବାକୁ ଛାଡ଼ି ଦିଅନ୍ତୁ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button