ରାଜ୍ୟ

ପୁଅ ଉପରକୁ ଗରମ ପାଣି ଫିଙ୍ଗିଲା ସାବତ ମା’ – Ibnodisha

[ad_1]

ବ୍ୟୁରୋ : ସାବତ ମା’ କେବେ ଅନ୍ୟକାହାର ସନ୍ତାନ ଭଲ ଆଖିରେ ଦେଖେ ନାହିଁ। ଏହି କଥା ଆମେ କାନ ଉଠିବାଠୁ ଶୁଣିଛେ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ। ଘରୋଇ କଳି କାରଣରୁ ସାବତ ମା’ ସାବତ ପୁଅ ଉପରେ ଗରମ ପାଣି ପକାଇଥିବା ଅଭିଯୋଗ ହୋଇଛି। ଆହତ ଦିପୁନ ପାତ୍ରଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।ଆଜି ସକାଳେ ଗ୍ରୁପ ଲୋନକୁ କେନ୍ଦ୍ରକରି ସାବତ ମା’ ଓ ପୁଅ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ପରେ ସାବତ ମା’ ଉତ୍ତ୍ୟକ୍ତ ହୋଇ ଘରୁ ଗରମ ପାଣି ଆଣି ଦିପୁନଙ୍କ ଉପରକୁ ଛାଟି ଦେଇଥିଲେ। ଦିପୁନଙ୍କ ଦେହସାରା ଗରମ ପାଣି ପଡ଼ିଯାଇ ପୋଡ଼ି ଯାଇଥିଲା। ପରିବାର ଲୋକେ ଦିପୁନଙ୍କୁ ନିକସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଦିପୁନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button