ଦେଶ

ମାଗାଜିନ୍‌ ରେ ଦେଖିବାକୁ ମିଳିଛି ଆମ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ – Ibnodisha

[ad_1]

ବ୍ୟୁରୋ : ଏମିତିତ ମାଗାଜିନ୍‌ ର କଭର ପେଜରେ ସବୁବେଳେ ହିରୋଇନ ଏବଂ ହେରାଙ୍କର ଷ୍ଟାଇଲିସ ଫଟୋ ଦେଖାଯାଏ । କିନ୍ତୁ ଏଥର ମାଗାଜିନ୍‌ ରେ ଦେଖିବାକୁ ମିଳିଛି ଆମ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ । ଟାଇମ୍ସ ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ବିନୀତ ଜୈନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ସ୍ବତନ୍ତ୍ର ଷ୍ଟୋରୀ କରିଛିନ୍ତି । ଦେଶର ଜଣାସୁନା ପତ୍ରିକା ଫେମିନା ମାଗାଜିନ୍‌ ରେ ମହିଳା ସଶକ୍ତିକରଣର ଅଭିବ୍ୟକ୍ତି ଭାବେ ମାଗାଜିନ୍‌ର କଭର ପେଜରେ ରାଷ୍ଟ୍ରପତିଙ୍କୁ ଦର୍ଶାଯାଇଛି। ଏଥିରେ ତାଙ୍କର ରାଜନୈତିକ, ସାମାଜିକ, ଶିକ୍ଷା ଆଦି ଦିଗରେ କରାଯାଇଥିବା କାମଗୁଡ଼ିକୁ ବିଶେଷ ଭାବେ ଦର୍ଶାଯାଇଛି। ତେବେ ଏହା ସୂଚନା ଯୋଗ୍ୟ ଯେ, ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତିଙ୍କୁ ଅଗଷ୍ଟର ଫାର୍ଷ୍ଟ ଏଡିସନ କଭର୍‌ ପେଜରେ ସ୍ଥାନ ମିଳିଛି । ଏହାର ପ୍ରଥମ କପି ଟାଇମ୍ସ ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ବିନୀତ ଜୈନ ରାଷ୍ଟ୍ରପତିଙ୍କୁ ଭେଟି ପ୍ରଦାନ କରିଛନ୍ତି। ତେବେ ଏହାକୁ ଦେଖି ସମସ୍ତ ଦେଶବାସୀ ଏବେ ଗର୍ବ ଅନୁଭବ କରିବା ସହ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ମଧ୍ୟ ଜଣେଇଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button