ଦେଶ

ନ୍ୟୁଜିଲାଣ୍ଡ କୋଚିଂ ଷ୍ଟାଫ୍‌ରେ ଫ୍ଲେମିଂ ଓ ମୁସ୍ତାକ୍‌ – Ibnodisha

[ad_1]

କ୍ରାଏଷ୍ଟଚର୍ଚ୍ଚ : ଦିନିକିଆ ବିଶ୍ୱକପ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଟିମ୍ ତିନିଟି ଦେଶର ୪ ଜଣ ପୂର୍ବତନ ଖେଳାଳିଙ୍କୁ ନିଜ କୋଚିଂ ଷ୍ଟାଫ୍‌ରେ ସାମିଲ କରିଛି । ଭାରତୀୟ ପରିବେଶର ଲାଭ ଉଠାଇବା ନିମନ୍ତେ ଟିମ୍ ଭାରତ ଏବଂ ଏସୀୟ ଦେଶରେ କାମ କରିଥିବା ସଦସ୍ୟଙ୍କୁ ନିଜ ସହିତ ଯୋଡ଼ିଛି । ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସକୁ ୫ ଥର ଚାମ୍ପିଅନ୍ କରାଇଥିବା ଷ୍ଟିଫେନ୍ ଫ୍ଲେମିଂଙ୍କ ସହିତ କୋଲ୍‌କାତା ନାଇଟ୍ ରାଇଡର୍ସର ଫିଲ୍ଡିଂ କୋଚ୍ ଓ ଆସିଷ୍ଟାଣ୍ଟ୍ କୋଚ୍ ଥିବା ଜେମ୍ସ ଫୋଷ୍ଟର୍‌ଙ୍କୁ ମଧ୍ୟ ସାମିଲ କରିଛି । ଏହା ବ୍ୟତୀତ ପାକିସ୍ତାନର ପୂର୍ବତନ ସ୍ୱିନର୍ ସାକ୍‌ଲେନ୍ ମୁସ୍ତାକ୍ ଏବଂ ଇଂଲଣ୍ଡର ପୂର୍ବତନ ବ୍ୟାଟର୍ ଇୟାନ୍ ବେଲ୍‌ଙ୍କୁ ମଧ୍ୟ ଚାରିମାସ ପାଇଁ କୋଚିଂ ଷ୍ଟାଫ୍‌ରେ ସାମିଲ କରାଯାଇଛି । ଆଇପିଏଲ୍‌ର ପ୍ରଥମ ସିଜନ୍‌ରେ ସିଏସ୍‌କେ ପକ୍ଷରୁ ଖେଳିଥିବା ଫ୍ଲେମିଂଙ୍କ କୋଚିଂରେ ଟିମ୍ ୨୦୧୦, ୨୦୧୧, ୨୦୧୮, ୨୦୨୧ ଏବଂ ୨୦୨୩ରେ ପାଞ୍ଚଥର ଟାଇଟଲ୍ ଜିତିଥିଲା ।

ଏହା ପୂର୍ବରୁ ସେ ୟୁଏଇରେ ଅନୁଷ୍ଠିତ ୨୦୨୧ ଟି-୨୦ ବିଶ୍ୱକପ୍‌ରେ ମଧ୍ୟ ନ୍ୟୁଜିଲାଣ୍ଡ ଟିମ୍ ସହିତ କାର୍ଯ୍ୟ କରିସାରିଛନ୍ତି । ସେ ସେପ୍ଟେମ୍ବର ୮ ତାରିଖରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ କିୱି ଟିମ୍ ସହିତ ଯୋଡ଼ିହେବେ । ନ୍ୟୁଜିଲାଣ୍ଡ ଟିମ୍ ମୁଖ୍ୟ କୋଚ୍ ଗ୍ୟାରୀ ଷ୍ଟେଡ୍ କହିଛନ୍ତି, ଫ୍ଲେମିଂଙ୍କ ନିକଟରେ ଭାରତ ସମେତ ବିଶ୍ୱ ସାରା କାମ କରିବାର ଅନୁଭବ ରହିଛି । ଭାରତରେ ତାଙ୍କ କାମ କରିବାର ଅନୁଭବରୁ ଟିମ୍ ଲାଭ ଉଠାଇବ । ଅନ୍ୟପକ୍ଷରେ ସାକ୍‌ଲେନ୍ ଦ୍ୱିତୀୟ ଥର ପାଇଁ ଟିମ୍ ସହିତ ଯୋଡ଼ିହେବେ । ସେ ଏପ୍ରିଲ୍‌ରେ ପାକିସ୍ତାନ ଗସ୍ତରେ ବେଳେ ନ୍ୟୁଜିଲାଣ୍ଡ୍ ଟିମ୍ ସହିତ ସ୍ପିନ୍ ବୋଲିଂ କୋଚ୍ ଭାବେ ଯୋଡ଼ି ହୋଇଥିଲେ । ଇୟାନ୍ ବେଲ୍‌ଙ୍କୁ ଟିମ୍‌ର ସହାୟକ କୋଚ୍ ନିଯୁକ୍ତ କରାଯାଇଥିବା ବେଳେ ସେ ଇଂଲଣ୍ଡ ଗସ୍ତ ଅବସରରେ ଟିମ୍ ସହିତ ଯୋଗଦେବେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button