ମା’ ଓ ସାନ ଭାଇ ସହିତ ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ରାସ୍ତାରେ ଉଠାଇ କଚାଡ଼ି ଦେଲା ଗାଈ – Ibnodisha

[ad_1]

ନୂଆଦିଲ୍ଲୀ: ଚେନ୍ନାଇରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ସ୍କୁଲରୁ ଜଣେ ଛାତ୍ରୀ ତାଙ୍କ ମା’ଙ୍କ ସହିତ ଘରକୁ ଫେରୁଥିବା ବେଳେ ବାଟରେ ଏକ ଗାଈ ଆକ୍ରମଣର ଶିକାର ହୋଇଥିଲେ। ଘଟଣାଟି ଏମଏମଡିଏ କଲୋନିରେ ଘଟିଥିବା ବେଳେ ସେ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜରେ ଏହି ହୃଦୟବିଦାରକ ଘଟଣାର ଦୃଶ୍ୟ କୈଦ ହୋଇଯାଇଥିଲା।
ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି, ସ୍କୁଲ ଛୁଟି ହେବାପରେ ଛାତ୍ରୀ ଜଣକ ତାଙ୍କ ସାନଭାଇ ଓ ମା’ଙ୍କ ସହିତ ଘରକୁ ଫେରୁଛନ୍ତି। ଏହି ସମୟରେ ସେ ଦୁଇଟି ଗାଈକୁ ଅତିକ୍ରମ କରୁଥିବା ଦେଖିବାକୁ ମିଳୁଛି। ଏତିକି ବେଳେ ଗୋଟିଏ ଗାଈ ରାଗି ଯାଇ ଛାତ୍ରୀଙ୍କୁ ସିଙ୍ଘରେ ଉଠାଇ ରାସ୍ତାରେ କଚାଡ଼ି ଦେଉଛି। ନିଜ ଆଖି ସାମ୍ନାରେ ଛୁଆର ଏଭଳି ଅବସ୍ଥା ଦେଖି ମା’ ପାଟି କରି କାନ୍ଦୁଛନ୍ତି । ଆଉ ତାର ଛୁଆକୁ ଗାଈ ଆକ୍ରମଣରୁ ରକ୍ଷା ପାଇଁ ଲୋକଙ୍କୁ ଅନୁରୋଧ କରୁଛି। ଲୋକେ ଏଦୃଶ୍ୟ ଦେଖି ଘଟଣାସ୍ଥଳକୁ ଧାଇଁ ଆସିବା ପରେ ଆକ୍ରମଣ କରିଥିବା ଗାଈ ସେଠାରୁ ଚାଲି ଯାଉଛି।’
ଏହାପରେ ସ୍ଥାନୀୟ ଲୋକେ ଆହତ ଛାତ୍ରୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ଚେନ୍ନାଇ ନିଗମ ଅଧିକାରୀ ଛାତ୍ରୀଙ୍କ ଉପରେ ଆକ୍ରମଣ କରିଥିବା ଗାଈକୁ କାବୁ କରି ନେଇଛନ୍ତି। ପୁଲିସ ଛାତ୍ରୀଙ୍କ ଉପରେ ଆକ୍ରମଣ କରିଥିବା ଗାଈର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛି।
[ad_2]