ଦେଶ

ସ୍କୁଲ ଭିତରେ ଆଖିବୁଜା ଗୁଳିମାଡ଼ କଲା ଛାତ୍ର – Ibnodisha

[ad_1]

ଫିନଲାଣ୍ଡ : ସ୍କୁଲ ଭିତରେ ଫୁଟିଲା ଗୁଳି । ଆଖିବୁଜା ଗୁଳିମାଡ କଲା ଜଣେ ୧୨ ବର୍ଷୀୟ ଛାତ୍ର । ଏଥିରେ ଜଣେ ସ୍କୁଲ ପିଲାର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦକ୍ଷିଣ ଫିନଲାଣ୍ଡ ସ୍ଥିତ ସ୍କୁଲରେ ଏଭଳି କିଛି ଘଟଣା ଘଟିଛି । ଫିନଲାଣ୍ଡର ରାଜଧାନୀ ହେଲସିଙ୍କିର ବାହ୍ୟ ଅଞ୍ଚଳରେ ଥିବା ଏକ ମାଧ୍ୟମିକ ସ୍କୁଲରେ ଏହି ଗୁଳିମାଡ ହୋଇଛି । ଜଣେ ୧୨ ବର୍ଷୀୟ ନାବାଳକ ସ୍କୁଲ ପିଲାଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଛି । ଫଳରେ ଏଥିରେ ଜଣେ ସ୍କୁଲ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଫିନଲାଣ୍ଡର ବାଣ୍ଟା ସ୍ଥିତ ଭିଆର୍ଟୋଲା ସ୍କୁଲରେ ଏହି ଘଟଣା ଘଟିଛି । ପୁଲିସ ଅଭିଯୁକ୍ତ ନାବାଳକକୁ ଗିରଫ କରିଛି ।

ଏହି ଘଟଣାକୁ ନେଇ ପୁଲିସ କହିଛି, ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । ଅଜଣା ବ୍ୟକ୍ତିଙ୍କ ପାଇଁ ସ୍କୁଲର କବାଟ ନ ଖୋଲିବା ପାଇଁ ପୁଲିସ ପରାମର୍ଶ ଦେଇଛି । ବାଣ୍ଟା ସ୍ଥିତ ଭିଆର୍ଟୋଲା ସ୍କୁଲରେ ପ୍ରାୟ ୮୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । ଏଥିସହ ଏଠାରେ ୯୦ ଜଣ କର୍ମଚାରୀ ଅଛନ୍ତି । ପ୍ରଥମରୁ ୯ମ ଶ୍ରେଣୀ ଯାଏଁ ୭ରୁ ୧୫ ବର୍ଷ ବୟସ୍କ ଯାଏଁ ଏଠାରେ ପିଲା ପାଠ ପଢ଼ନ୍ତି । ପୂର୍ବରୁ ମଧ୍ୟ ଫିନଲ୍ୟାଣ୍ଡରେ ସ୍କୁଲରେ ଗୁଳି ବିନିମୟ ହୋଇଛି । ୨୦୦୭ରେ ଜଣେ ୧୮ ବର୍ଷ ବୟସ୍କାଛାତ୍ରଙ୍କ ଗୁଳିମାଡ଼ରେ ୭ ଜଣ ଛାତ୍ର ପ୍ରାଣ ହରାଇଥିଲେ । ଏହା ବ୍ୟତୀତ, ୨୦୦୮ରେ ଗୁଳି ମାଡରେ ୯ ଜଣ ଛାତ୍ର ପ୍ରାଣ ହରାଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button