ଦେଶ

ବିଧାନସଭା ଉପନିର୍ବାଚନ ଫଳ: ୩ ଆସନରେ ବିଜେପି, ୪ ଆସନରେ ଇଣ୍ଡିଆ ମେଣ୍ଟ ଜିତିଲା – Ibnodisha

[ad_1]

ନୂଆଦିଲ୍ଲୀ : ୬ ରାଜ୍ୟର ୭ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ଆଜି ଆସିଛି। ଉତ୍ତରାଖଣ୍ଡର ବାଗେଶ୍ବର, ଉତ୍ତରପ୍ରଦେଶର ଘୋସି, କେରଳର ପୁଥୁପଲ୍ଲି, ପଶ୍ଚିମବଙ୍ଗର ଧୁପଗୁଡ଼ି, ଝାଡ଼ଖଣ୍ଡର ଡୁମରି ଏବଂ ତ୍ରିପୁରାର ଧାନପୁର ଓ ବକ୍ସନଗର ଆସନରେ ଉପନିର୍ବାଚନ ହୋଇଥିଲା। ଉପନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ସଫଳତା ମିଳିଛି। ୭ଟି ଆସନରୁ ଇଣ୍ଡିଆ ମେଣ୍ଟ ୪ଟି ଆସନ‌ରେ ଜିତିଥିବା ବେଳେ ବିଜେପି ୩ଟି ଆସନରେ ଜିତିଛି। ଆଜି ଗଣତି ଆରମ୍ଭ ହେବାପରେ ପ୍ରଥମେ ତ୍ରିପୁରାର ୨ଟି ଆସନ ତଥା ବକ୍ସନଗର ଏବଂ ଧାନପୁର ଆସନରେ ବିଜେପିର ବିଜୟ ସ୍ପଷ୍ଟ ହୋଇଯାଇଥିଲା। ବିଜେପି ପ୍ରାର୍ଥୀ ତଫାଜଲ ହୋସେନ ଏବଂ ବିନ୍ଦୁ ଦେବନାଥ ଯଥାକ୍ରମେ ୩୦,୨୩୭ ଏବଂ ୧୮,୮୭୧ ଭୋଟ୍‌ ବ୍ୟବଧାନ‌ରେ ଜିତିଛନ୍ତି।

କେରଳରେ କଂଗ୍ରେସ ନେତା ଚାଣ୍ଡି ଓମେନ ତାଙ୍କ ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ଆସନ ପୁଥୁପ୍ପଲ୍ଲିରେ ଜିତିଛନ୍ତି। ଉକ୍ତ ଆସନରେ ଓମେନ ଚାଣ୍ଡି ୫୦ ବର୍ଷ ଧରି ଜିତି ଆସିଥିଲେ। ଚାଣ୍ଡି ଓମେନ ଏହି ଆସନରେ ସିପିଆଇଏମ୍‌ ପ୍ରାର୍ଥୀଙ୍କୁ ହରାଇଛନ୍ତି। କଂଗ୍ରେସ ଏବଂ ସିପିଆଇଏମ୍‌ ଇଣ୍ଡିଆ ମେଣ୍ଟର ହୋଇଥିଲେ ବି ସେମାନେ ରାଜ୍ୟର ଏହି ଆସନରେ ଅଲଗା ନିର୍ବାଚନ ଲଢ଼ିଥିଲେ। ଉତ୍ତରାଖଣ୍ଡର ବାଗେଶ୍ବର ଆସନରୁ ବିଜେପି ପ୍ରାର୍ଥୀ ପାର୍ବତୀ ଦାସ କଂଗ୍ରେସ ପ୍ରାର୍ଥୀ ବସନ୍ତ କୁମାରଙ୍କୁ ହରାଇଛନ୍ତି। ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବେବି ଦେବି ଡୁମରି ବିଧାନସଭା ଆସନରେ ଜିତିଛନ୍ତି। ଜେଏମ୍‌ଏମ୍‌ ଇଣ୍ଡିଆ‌ ମେଣ୍ଟର ଅଂଶବିଶେଷ। ପଶ୍ଚିମବଙ୍ଗର ଧୁପଗୁଡ଼ି‌ରେ ଟିଏମ୍‌ସି ଜିତିଛି। ଧୁପଗୁଡ଼ି ଆସନ ବିଜେପି ହାତରେ ଥିଲ। କିନ୍ତୁ ଉପନିର୍ବାଚନରେ ବିଜେପି ହାରିବା ସିହ ଏହି ଆସନ ବିଜେପି ହାତରୁ ଖସି ଯାଇଛି। ଉତ୍ତରପ୍ରଦେଶର ଘୋସିରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ବିଜୟ ହାସଲ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button